ETV Bharat / sports

ବିଶ୍ବକପ: ସୁପର ଓଭରରେ ବିଶ୍ବବିଜେତା ଇଂଲଣ୍ଡ - world cup

ସୁପର ଓଭରରେ ସୁପର ବନିଲା ଇଂଲଣ୍ଡ । ପ୍ରଥମଥର ପିନ୍ଧିଲା ବିଶ୍ବ ବିଜୟ ମୁକୁଟ । ମ୍ୟାଚ ଟାଇ ହେବା ପରେ ଖେଳାଯାଇଥିବା ସୁପର ଓଭରରେ ସମାନ ରନ କଲା ଉଭୟ ଦଳ । କିନ୍ତୁ ସର୍ବାଧିକ ବାଉଣ୍ଡ୍ରୀ ମାରିବା ଆଧାରରେ ବିଜେତା ସାଜିଲା ଘରୋଇ ଦଳ ।

ଡିଜାଇନ ଫଟୋ
author img

By

Published : Jul 15, 2019, 12:07 AM IST

Updated : Jul 15, 2019, 2:17 AM IST

ଲଣ୍ଡନ: ସୁପର ଓଭରର ମିଳିଲା ନୂଆ ବିଶ୍ବବିଜେତା । ବିଶ୍ବବିଜୟୀ ହେଲା ଇଂଲଣ୍ଡ । ମ୍ୟାଚ ଟାଇ ହେବା ପରେ ଖେଳାଗଲା ସୁପର ଓଭରର । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ସୁପର ଓଭରରେ 15ରନ କରିଥିଲା । ନ୍ୟୁଜିଲାଣ୍ଡ ମଧ୍ୟ ସୁପର ଓଭରରେ 15 କରିବା ସହ ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗପ୍ଟିଲ୍ ରନ୍ ଆଉଟ୍ ହୋଇଥିଲେ । ଫଳରେ ସର୍ବାଧିକ ବାଉଣ୍ଡ୍ରୀ ମାରିବା ଆଧାରରେ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଛି ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ ଓଭରରେ 8 ୱିକେଟ ହରାଇ 241ରନ କରିଥିଲା । ତେବେ ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରି ସମନ ଓଭରରେ 241ରନ କଲା ଇଂଲଣ୍ଡ । ରନ ସମାନ ହୋଇଯିବାରୁ ସୁପରଓଭର ଖେଳାଗଲା । ତେବେ ସେମିଫାଇନାଲରେ ଦେଖିବାକୁ ମିଳିଥିବା ବ୍ଲାକକ୍ୟାପ ଦଳର ଘାତକ ବୋଲିଂ ମଧ୍ୟ ଆଜି ଫାଇନାଲରେ ହୋଦରିଲା । ପୱାର ହିଟିଂ ଆୟୋଜକ ଇଂଲଣ୍ଡକୁ ଧରାଶାୟୀ କରିଦେଲେ ନ୍ୟୁଜିଲାଣ୍ଡ ବୋଲର । ସୁପର ଓଭରରେ ଇଂଲଣ୍ଡ ୧୫ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟ ସମାନ ରନ୍ କରି ମ୍ୟାଚ୍ ଟାଇ କରିଥିଲା।

ତେବେ ମ୍ୟାଚରେ ସର୍ବାଧିକ ବାଉଣ୍ଡ୍ରୀ ମାରିବା ଆଧାରରେ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଛି। ଇଂଲଣ୍ଡର ଏହି ବିଜୟରେ ହିରୋ ସାଜିଛନ୍ତି ବେନ୍ ଷ୍ଟୋକ୍ସ, ଯିଏ ଶେଷ ପର୍ଯ୍ୟନ୍ତ ନିଜ ଟିମ୍ ପାଇଁ ଲଢ଼ିଥିଲେ। ତାଙ୍କ ସହଯୋଗ କରିଥିଲେ ଜୋସ ବଟ୍ଟଲର୍। ଅନ୍ୟପକ୍ଷରେ ଜାଏଣ୍ଟ କିଲର୍ ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚ୍ ହାରିଥିଲେ ହେଁ, ଅଗଣିତ ପ୍ରଶଂସକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛି।

Intro:Body:

BLANK FOR LINK STORY  

Conclusion:
Last Updated : Jul 15, 2019, 2:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.