ETV Bharat / sports

ଇଲଂଣ୍ଡ ବନାମ ୱେଷ୍ଟଇଣ୍ଡିଜ: ଦଳରୁ ବାଦ ପଡିବା ପରେ ହତାଶ ଓ କ୍ରୋଧିତ ବ୍ରଡ

author img

By

Published : Jul 10, 2020, 11:40 PM IST

ଇଲଂଣ୍ଡ ବନାମ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜରୁ ଇଂଲଣ୍ଡ ଦଳର ପେସର ଷ୍ଟୁଆର୍ଟ ବ୍ରଡଙ୍କୁ ବାଦ ଦେବା ପରେ ନିଜ ମତ ରଖିଲେ ବ୍ରଡ । କହିଲେ ଖୁବ ହତାଶ, ନିରାଶ ଓ କ୍ରୋଧିତ ହୋଇଥିଲି। ଅଧିକ ପଢ଼ନ୍ତୁ...

Eng vs WI, Broad is frustrated, Broad is angry ans gutted, stuart broad on being dropped, ଇଲଂଣ୍ଡ ବନାମ ୱେଷ୍ଟଇଣ୍ଡିଜ, ଦଳରୁ ବାଦ ପଡିବା ଷ୍ଟୁଆର୍ଟ ବ୍ରଡ, ହତାଶ ଓ କ୍ରୋଧିତ ବ୍ରଡ
ଇଲଂଣ୍ଡ ବନାମ ୱେଷ୍ଟଇଣ୍ଡିଜ: ଦଳରୁ ବାଦ ପଡିବା ପରେ ହତାଶ ଓ କ୍ରୋଧିତ ବ୍ରଡ

ସାଉଥମ୍ପଟନ: ଇଂଲଣ୍ଡର ଭେଟେରାନ ଫାଷ୍ଟ ବୋଲର ଷ୍ଟୁଆର୍ଟ ବ୍ରଡ ସ୍ବୀକାର କରିଛନ୍ତି ଯେ ସାଉଥାମ୍ପଟନର ଏଜେସ ବାଉଲରେ ୱେଷ୍ଟଇଣ୍ଡିଜ ବିପକ୍ଷ ଇଂଲଣ୍ଡର ପ୍ରଥମ ଟେଷ୍ଟ ପାଇଁ ଡ୍ରପ ହେବା ତାଙ୍କୁ ସେ ନିରାଶ ଓ କ୍ରୋଧିତ କରିଛି । ଇଂଲଣ୍ଡ ଏହି ମ୍ୟାଚ ପାଇଁ ଜେମ୍ସ ଆଣ୍ଡରସନ୍, ଜୋଫ୍ରା ଆର୍ଚର, ମାର୍କ ଉଡ୍‌ ଏବଂ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କୁ ନେଇ ଏକ ପେସ ଆଟାକ ସହିତ ଯିବାକୁ ସ୍ଥିର କରିଛି । ଫଳରେ ବ୍ରଡଙ୍କୁ ସ୍ଥାନ ମିଳିପାରିନାହିଁ ।

ସ୍କାଏ ସ୍ପୋର୍ଟସରେ ବ୍ରଡ କହିଛନ୍ତି, ‘‘ଖେଳର ପୂର୍ବ ଦିନ ସନ୍ଧ୍ୟା ପ୍ରାୟ 6ଟା ବେଳେ ମୁଁ ଏହା ଜାଣିଲି। ଷ୍ଟୋକ୍ସି ମତେ କହିଥିଲେ ଯେ ଆମେ ଏହି ପରିସ୍ଥିତିରେ ଆମେ ଅତିରିକ୍ତ ପେସ ସହ ଯିବୁ। ମୁଁ ଗତକାଲି ରାତିରେ (ଜାତୀୟ ଚୟନକର୍ତ୍ତା) ଇଡ ସ୍ମିଥଙ୍କ ସହ କଥା ହେଲି, 13 ଜଣଙ୍କୁ ବାଛିବାରେ ସେ ଜଡିତ ଥିଲେ ଏବଂ ସେମାନେ ଏହି ପିଚ୍ ପାଇଁ କେବଳ ବାଛିଥିଲେ। ଭବିଷ୍ୟତ ବିଷୟରେ ସ୍ପଷ୍ଟୀକରଣ ଚାହୁଁଥିଲି ଏବଂ ମୋତେ ବହୁତ ସକରାତ୍ମକ ମତାମତ ଦିଆଯାଇଥିଲା।

ପୂର୍ବ ଦୁଇଟି ଟେଷ୍ଟ ସିରିଜରେ ବ୍ରଡ ଇଂଲଣ୍ଡ ପାଇଁ ସର୍ବାଧିକ ୱିକେଟ ନେଇଥିଲା। ସେ ସ୍ବୀକାର କରିଛନ୍ତି ଯେ ତାଙ୍କୁ ଛାଡିବା ନିଷ୍ପତ୍ତି ତାଙ୍କ ପାଇଁ ବୁଝିବା କଷ୍ଟକର ହୋଇପଡିଛି। ସେ କହିଛନ୍ତି, ‘‘ମୁଁ ଜଣେ ବିଶେଷ ଭାବପ୍ରବଣ ବ୍ୟକ୍ତି ନୁହେଁ କିନ୍ତୁ ଗତ ଦୁଇ ଦିନ ମୋ ପାଇଁ କଠିନ ଥିଲା। ନିରାଶ ଅଛି କହିବା ଧୁଲ ହେବ, ମୁଁ ହତାଶ, କ୍ରୋଧିତ ଅଛି କାରଣ ଏହା ବୁଝିବା ବହୁତ କଷ୍ଟକର ହୋଇଛି" ।

‘‘ମୁଁ ବୋଧହୁଏ ଗତ ଦୁଇ ବର୍ଷ ମଧ୍ୟରେ ସର୍ବଶ୍ରେଷ୍ଠ ବୋଲିଂ କରିଥିଲି। ମତେ ଲାଗୁଥିଲା ଯେ ଆଶେସ ଏବଂ ଦକ୍ଷିଣ ଆଫ୍ରିକାରେ ମୁଁ ଦଳରେ ରହିବି"। ବ୍ରଡ କିନ୍ତୁ କହିଛନ୍ତି ଯେ ସେମାନଙ୍କର ସମସ୍ତ ଦ୍ରୁତ ବୋଲର ଖେଳିବାକୁ ଫିଟ୍ ବୋଲି ବିଚାର କରି ଇଂଲଣ୍ଡ ଏକ ସ୍ବତନ୍ତ୍ର ସ୍ଥିତିରେ ଅଛି।

‘‘ଖୁବ କ୍ବଚିତ ଆପଣ ଆପଣଙ୍କର ସମସ୍ତ ବୋଲରଙ୍କୁ ଫିଟ ପାଇଥାନ୍ତି ଯେପରି ଆମେ ବର୍ତ୍ତମାନ ପାଇଛୁ। କ୍ରିକେଟର ଭାବରେ ମୋର ଶକ୍ତିର ଏକ ଅଂଶ ହେଉଛି ଯେ ମୁଁ ସର୍ବଦା ଫିଟ ଏବଂ ଚୟନ ପାଇଁ ଉପଲବ୍ଧ ରହିଛି"। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ ଅନ୍ୟ ସମସ୍ତଙ୍କ ଭଳି ଦଳରେ ସ୍ଥାନ ପାଇବାକୁ ଆଶା କରିଥିଲି ତେଣୁ ମୁଁ ହତାଶ ହୋଇଛି । କ୍ରିସ୍ ୱୋକସ୍, ସାମ୍ କୁରାନ୍ ଏଠାରେ ବହୁତ ଭଲ ବୋଲିଂ କରିଥିଲେ, ସମସ୍ତେ ବୋଧହୁଏ 11ରେ ରହିବାକୁ ଯୋଗ୍ୟ" ।

ଆଣ୍ଡରସନଙ୍କ ପରେ 500 ଟେଷ୍ଟ ୱିକେଟ ଅତିକ୍ରମ କରିଥିବା ଦ୍ବିତୀୟ ଇଂଲଣ୍ଡ ବୋଲର ହେବା ଠାରୁ ମାତ୍ର 15 ୱିକେଟ ଦୂରରେ ଥିବା ବ୍ରଡ କହିଛନ୍ତି ଯେ ସେ ନିରାଶ ହୋଇ ମଧ୍ୟ ଖୁସି ଅଛନ୍ତି। ମୋର ପ୍ରମାଣ କରିବାର କିଛି ନାହିଁ, ଚୟନକର୍ତ୍ତାମାନେ ଜାଣନ୍ତି ମୁଁ କଣ କରିପାରିବି ଯେତେବେଳେ ମୁଁ ସେହି ସୁଯୋଗ ପାଇବି" ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.