ETV Bharat / sports

ଇଂଲଣ୍ଡ ବନାମ ୱେଷ୍ଟ ଇଣ୍ଡିଜ: ପ୍ରଥମ ଟେଷ୍ଟ ଖେଳିବେନି ଷ୍ଟୁଆର୍ଟ ବ୍ରଡ !

author img

By

Published : Jul 6, 2020, 6:03 PM IST

ପ୍ରଥମ ଟେଷ୍ଟରେ ଇଂଲଣ୍ଡର ଷ୍ଟାର ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିବା ସମ୍ଭାବନା କମ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

ENG vs WI: Broad could miss first Test due to tactical reasons, claims report
ଇଂଲଣ୍ଡ ବନାମ ୱେଷ୍ଟ ଇଣ୍ଡିଜ: ପ୍ରଥମ ଟେଷ୍ଟ ଖେଳିବେନି ଷ୍ଟୁଆର୍ଟ ବ୍ରଡ !

ସାଉଥାମ୍ପଷ୍ଟନ: ମହାମାରୀ କୋରୋନା ଭାଇରସ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ । ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଜୁଲାଇ 8ରୁ ସ୍ଥଗିତ ଥିବା ଅନ୍ତର୍ଜାତୀୟ କ୍ରିକେଟ ପୁନଃ ଆରମ୍ଭ ହେବ ।

ତେବେ ପ୍ରଥମ ଟେଷ୍ଟରେ ଇଂଲଣ୍ଡର ଷ୍ଟାର ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିବା ସମ୍ଭାବନା କମ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ପ୍ରଥମ ଟେଷ୍ଟ ପାଇଁ ଇସିବି ପକ୍ଷରୁ 13 ଜଣିଆ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି । ଏଥିସହିତ 9ଜଣ ଖେଳାଳିଙ୍କୁ ରିଜର୍ଭ ମଧ୍ୟ ରଖାଯାଇଛି ।

ରିପୋର୍ଟରେ ଜୋଫ୍ରା ଆର୍ଚର ଓ ମାର୍କ ଉଡଙ୍କ ସ୍ଥାନ ସୁରକ୍ଷିତ ରହିଥିବା ଦର୍ଶାଯାଇଛି । ପୂର୍ବରୁ ଜେମ୍ସ ଆଣ୍ଡରସନ ମଧ୍ୟ ରହିଛନ୍ତି । ଏଥିସହିତ ଟିମର ଏକମାତ୍ର ସ୍ପିନର ଭାବେ ଡମ ବେସଙ୍କୁ ସ୍ଥାନ ମିଳିଛି । ଏପରି ସ୍ଥିତିରେ ବ୍ରଡଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିବା ସମ୍ଭାବନା କମ ଥିବା ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.