ସାଉଥାମ୍ପଟନ: ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜର 3ୟ ତଥା ଅନ୍ତିମ ଟେଷ୍ଟର ତୃତୀୟ ଦିନ ଖେଳ ଜାରି ରହିଛି । ତୃତୀୟ ଦିନରେ ବର୍ଷା ବାଧକ ସାଜିବାକୁ ନିର୍ଧାରିତ ସମୟ ପୂର୍ବରୁ ମଧ୍ୟାହ୍ନ ଭୋଜନ ବିରତି ହୋଇଛି । ଇଂଲଣ୍ଡର ଭେଟେରାନ ବୋଲର ଜେମ୍ସ ଆଣ୍ଡରସନ ପୁଣିଥରେ ପାକିସ୍ତାନ ପାଇଁ ଘାତକ ସାବ୍ୟସ୍ତ ହେବା ସହ ପ୍ରଥମ 4ଟି ୱିକେଟ ଅକ୍ତିଆର କରିଛନ୍ତି । ଫଳରେ ମାତ୍ର ମଧ୍ୟାନ ଭୋଜନ ବିରତି ସୁଦ୍ଧା ପାକିସ୍ତାନ 41 ରନରେ 4ଟି ୱିକେଟ ହରାଇ ସଂକଟରେ ପଡିଛି ।
ଦ୍ବିତୀୟ ଦିନରେ 3 ୱିକେଟ ପରେ 3ୟ ଦିନରେ ଆଜାଦ ସାଫିକଙ୍କୁ ମାତ୍ ର 5ରନରେ ରୁଟଙ୍କ ଦ୍ବାରା କ୍ୟାଚ ଆଉଟ କରାଇଛନ୍ତି ଆଣ୍ଡରସନ ।
କ୍ୟାପଟେନ ଆଝାର ଅଲ୍ଲୀ 10 ଓ ଫୱାଦ ଆଲାମ 5 ରନରେ ବ୍ୟାଟିଂ କରୁଛନ୍ତି । ପାକିସ୍ତାନ ଇଂଲଣ୍ଡର ପ୍ରଥମ ଇଂନିସ ସ୍କୋର ଠାରୁ 542 ରନ ପଛରେ ରହିଛି ।
ପୂର୍ବରୁ ଇଂଲଣ୍ଡ 583/8ରେ ପ୍ରଥମ ଇଂନିସ ଘୋଷଣା କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ