ସାଉଥାମ୍ପଟନ: ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା 3ୟ ଟେଷ୍ଟର 3ୟ ଦିନରେ ପାକିସ୍ତାନର ପ୍ରଥମ ଇଂନିସ ବ୍ୟାଟିଂ ଜାରି ରହିଛି । କ୍ୟାପଟେନ ଆଝାର ଅଲ୍ଲୀଙ୍କ ଉପଯୋଗୀ ଶତକୀୟ ଇଂନିସ ବଳରେ ପାକିସ୍ତାନ ସମ୍ମାନଜନକ ସ୍ଥିତିରେ ରହିଛି । ଚା ପାନ ବିରତି ସୁଦ୍ଧା ଭ୍ରମଣକାରୀ ଦଳର ସ୍କୋର 158/5 ରହିଥିଲା । କ୍ୟାପଟେନ ଆଝାର ଅଲ୍ଲୀ ଅପରାଜିତ ଅର୍ଦ୍ଧଶତକ ସହ ଫେରିଥିଲେ ।
-
💯 for Azhar Ali 👏 🎉
— ICC (@ICC) August 23, 2020 " class="align-text-top noRightClick twitterSection" data="
A tremendous effort from the Pakistan skipper 🇵🇰 #ENGvPAK pic.twitter.com/7cjzihqij1
">💯 for Azhar Ali 👏 🎉
— ICC (@ICC) August 23, 2020
A tremendous effort from the Pakistan skipper 🇵🇰 #ENGvPAK pic.twitter.com/7cjzihqij1💯 for Azhar Ali 👏 🎉
— ICC (@ICC) August 23, 2020
A tremendous effort from the Pakistan skipper 🇵🇰 #ENGvPAK pic.twitter.com/7cjzihqij1
ତେବେ ୱିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନଙ୍କ ସହ ମିଶି ଷଷ୍ଠ ୱିକେଟ ଯୋଡିରେ 83 ରନ ଯୋଡିଥିଲେ । ତେବେ ରିଜୱାନ 53 ରନର ଅର୍ଧଶତକୀୟ ଇଂନିସ ପରେ ପାଭିଲିୟନ ଫେରିବା ଫେରିଥିଲେ । ତେବେ ଅଲ୍ଲୀ ଧୈର୍ଯ୍ୟପୂର୍ଣ୍ଣ ଭାବେ ବ୍ୟାଟିଂ କରିବା ସହ ଶତକ ପୂରଣ କରିଥିଲେ । ଏହି ଶତକ ସହ 6000 ଟେଷ୍ଟ ରନ କ୍ଳବରେ ମଧ୍ୟ ସାମିଲ ହୋଇଛନ୍ତି ଆଝାର ଅଲ୍ଲୀ ।
ପୂର୍ବରୁ ଇଂଲଣ୍ଡ 583 ରନରେ ପ୍ରଥମ ଇଂନିସ ଘୋଷଣା କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ