ETV Bharat / sports

Eng vs Aus 1st T20: ରୋମାଞ୍ଚକର ମ୍ୟାଚରେ 2ରନରେ ହାରିଲା ଭ୍ରମଣକାରୀ ଦଳ

ଟି-20 ସିରିଜର ପ୍ରଥମ ମ୍ୟାଚରେ ଘରୋଇ ଦଳ ଅଷ୍ଟ୍ରେଲିଆ ଟିମକୁ 2ରନ୍‌ରେ ମାତ୍‌ ଦେଇଛି ।

Eng vs Aus 1st T20: ରୋମାଞ୍ଚକର ମ୍ୟାଚରେ 2ରନରେ ହାରିଲା ଭ୍ରମଣକାରୀ ଦଳ
Eng vs Aus 1st T20: ରୋମାଞ୍ଚକର ମ୍ୟାଚରେ 2ରନରେ ହାରିଲା ଭ୍ରମଣକାରୀ ଦଳ
author img

By

Published : Sep 5, 2020, 12:36 PM IST

ସାଉଥମ୍ପଟନ: ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଟି-20 ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାର ଦିନ ଦ ରୋଜ ବାଉଲ ଠାରେ ଖେଳାଯାଇଛି । ଉଭୟ ଦଳ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ତେବେ ଏହି ଟି-20 ସିରିଜର ପ୍ରଥମ ମ୍ୟାଚରେ ଘରୋଇ ଦଳ ଅଷ୍ଟ୍ରେଲିଆ ଟିମକୁ 2 ରନ୍‌ରେ ମାତ୍‌ ଦେଇଛି । 66ରନର ସାନଦାର ପାଳି ଖେଳିଥିବା ଡେଓ୍ବିଡ ମଲାନଙ୍କୁ 'ମ୍ୟାନ ଅଫ୍‌ ଦି ମ୍ୟାଚ ' ମିଳିଛି ।

  • ICYMI Australia had needed 39 runs from the last six overs with nine wickets in hand. But, in a remarkable comeback, England emerged winners by two runs 💪

    Which player impressed you the most in the first T20I? #ENGvAUShttps://t.co/INTXwVuZll

    — ICC (@ICC) September 5, 2020 " class="align-text-top noRightClick twitterSection" data=" ">

ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବିପକ୍ଷ ଦଳ ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ 7 ଓ୍ବିକେଟ ବିନିମୟରେ 162ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ମଲାନ ସର୍ବାଧିକ 66 ରନ ସଂଗ୍ରହ କରିଛନ୍ତି । ସେହିପରି ଜୋସ ବଟଲକ 44 ରନ ସଂଗ୍ରହ କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାକ୍ସଓ୍ବେଲ, କେନ ଓ ଅଗର 2ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ପାଟ କମିନ୍ସ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି ।

163ରନର ବିଜୟ ଲକ୍ଷ୍ୟର ପିଛା କରି କଙ୍ଗାରୁ ଦଳ ନିର୍ଦ୍ଧାରିତ ଓଭରରେ 6 ୱିକେଟ ବିନିମୟରେ 160ରନ ହାସଲ କରିଥିଲା । ଦଳ ପକ୍ଷରୁ ଓରୋନ ଫିଞ୍ଚ 46, ଡେଭିଡ ଓ୍ବାର୍ଣ୍ଣର 58 ଓ ମାର୍କସ 23ରନ ସଂଗ୍ରହ କରିଥିଲେ ସୁଦ୍ଧା ମାତ୍ର 2 ରନ ପାଇଁ ଘରୋଇ ଦଳ ଠାରୁ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ ।

ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ଓ ଆଦିଲ ରସିଦ 2ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ସେହିପରି ଦଳ ପକ୍ଷରୁ ମାର୍କ ଉଡ୍‌ ଗୋଟିଏ ଓ୍ବିକେଟ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.