ETV Bharat / sports

ରାଇନାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଦ୍ବାର ବନ୍ଦ ! - ସୁରେଶ ରୈନା

ବ୍ୟକ୍ତିଗତ କାରଣରୁ ଆଇପିଏଲ 2020ରୁ ଓହରିଯାଇଛନ୍ତି ଅଲରାଉଣ୍ଡର ସୁରେଶ ରାଇନା । ତେବେ ଏହି ନିଷ୍ପତି ରୈନାଙ୍କ ପାଇଁ ମହଙ୍ଗା ପଡିବ ବୋଲି ଚର୍ଚ୍ଚା ହେଉଛି ।

End of Suresh Raina - Chennai Super Kings bonhomie?
ରାଇନାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଦ୍ବାର ବନ୍ଦ ?
author img

By

Published : Aug 31, 2020, 8:47 PM IST

ହାଇଦ୍ରାବାଦ: ବ୍ୟକ୍ତିଗତ କାରଣରୁ ଆଇପିଏଲ 2020ରୁ ଓହରିଯାଇଛନ୍ତି ଅଲରାଉଣ୍ଡର ସୁରେଶ ରାଇନା । ତେବେ ଏହି ନିଷ୍ପତି ରାଇନାଙ୍କ ପାଇଁ ମହଙ୍ଗା ପଡିବ ବୋଲି ଚର୍ଚ୍ଚା ହେଉଛି । 2021 ସଂସ୍କରଣର ଆଇପିଏଲ ପୂର୍ବରୁ ଆସନ୍ତାବର୍ଷ ଚେନ୍ନାଇ ସୁପର କିଙ୍ଗ୍ସ ରାଇନାଙ୍କୁ ଦଳରୁ ବାହାର କରିବା ସମ୍ଭାବନା ରହିଛି ।

End of Suresh Raina - Chennai Super Kings bonhomie?
ସୁରେଶ ରାଇନା

ଆଇପିଏଲ 2020 ପାଇଁ ୟୁଏଇରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସର ଦୁଇ ଖେଳାଳି ଦୀପକ ଚହର ଓ ଋତୁରାଜ ଗାଏକ୍ବାଡଙ୍କ ସମେତ 13 ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଥିଲା । ଆଇପିଏଲ ସୁତ୍ର ଅନୁଯାୟୀ, ଏହି କାରଣ ପାଇଁ ରାଇନା ଆଇପିଏଲରୁ ଓହରିଯାଇଛନ୍ତି । ରୈନାଙ୍କ ଏହି ନିଷ୍ପତିରେ ଟିମ ମ୍ୟାନେଜମେଣ୍ଟ, ସିଏସକେ ମାଲିକ ତଥା ପୂର୍ବତନ ବିସିସିଆଇ ସଭାପତି ଏନ ଶ୍ରୀନିବାସନ ଅସନ୍ତୁଷ୍ଟ ଥିବା ଜଣାପଡିଛି ।

ଏନ ଶ୍ରୀନିବାସନ-ମହେନ୍ଦ୍ର ସିଂ ଧୋନି

ଅନ୍ୟ ଏକ ଆଇପିଏଲ ସୁତ୍ର ଅନୁଯାୟୀ, କୋଚ, କ୍ୟାପଟେନ ଓ ମ୍ୟାନେଜରଙ୍କୁ ପସନ୍ଦ ଅନୁଯାୟୀ ରୁମ ମିଳିଥିଲା । ମାତ୍ର ରାଇନାଙ୍କୁ ଯେଉଁ ରୁମ ମିଳିଥିଲା, ସେଠାରେ ବାଲକୋନି ନଥିଲା ।

ଏହା ଏକ କାରଣ, ମାତ୍ର ଭାରତ ଫେରିଯିବା ପାଇଁ ବଡ କାରଣ ହୋଇନପାରେ । ରାଇନାଙ୍କ ନାମରେ ଜୈବ ସୁରକ୍ଷା ନିୟମ ଉଂଲଘନ ନେଇ ମଧ୍ୟ ଚର୍ଚ୍ଚା ରହିଥିଲା ।

ହୁଏତ ରାଇନା ବର୍ତ୍ତମାନର ସ୍ଥିତିରେ ଏହି ସଂସ୍କରଣରେ ଏପରି ନିଷ୍ପତି ନେଇଛନ୍ତି । ତେବେ ଆଇପିଏଲର ପରବର୍ତ୍ତୀ ସଂସ୍କରଣ 2021 ଏପ୍ରିଲରେ ରହିଛି । ଚେନ୍ନାଇର 'ଚିନ୍ନା ଥାଲା' ସିଏସକେର ହଳଦିଆ ଜର୍ସିରେ ହୁଏତ ଆଉ ନଜର ଆସିନପାରନ୍ତି ।

ତେବେ ଏଯାବତ ରାଇନାଙ୍କ ବଦଳ ଖେଳାଳି ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଘୋଷଣା କରାଯାଇନାହିଁ । ରାଇନା 164ଟି ଆଇପିଏଲ ମ୍ୟାଚରୁ, ସିଏସକେ ପକ୍ଷରୁ ସର୍ବାଧିକ 4527 ରନ ହାସଲକାରୀ ଖେଳାଳି ରହିଛନ୍ତି । ଉତ୍ତର ପ୍ରଦେଶର ବାମହାତୀ ବ୍ୟାଟ୍ସମ୍ୟାନ ରାଇନା ଆଇପିଏଲ ଇତିହାସରେ 5368 ରନ ସହ ଦ୍ବିତୀୟ ସର୍ବାଧିକ ରନ ହାସଲକାରୀ ବ୍ୟାଟ୍ସମ୍ୟାନ ରହିଛନ୍ତି । ପ୍ରଥମ ସ୍ଥାନରେ ଟିମ ଇଣ୍ଡିଆ କ୍ୟାପଟେନ 5412 ରନ ସହ ପ୍ରଥମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.