ETV Bharat / sports

ଅନ୍ତଜାର୍ତୀୟ ଟି-20ରେ ଇତିହାସ ରଚିଲେ ଏଲିସ ପେରୀ - ପେରୀଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ

ଅଷ୍ଟ୍ରେଲିଆର ମହିଳା କ୍ରିକେଟର ଏଲିସ ପେରୀ ଅନ୍ତଜାର୍ତୀୟ ଟି-20 କ୍ରିକେଟରେ ପ୍ରଥମ ଖେଳାଳି ଭାବେ 1ହଜାର ରନ ଓ 100 ୱିକେଟ ହାସଲ କରି ଇତିହାସ ରଚିଛନ୍ତି ।

ଡିଜାଇନ ଫଟୋ
author img

By

Published : Jul 29, 2019, 3:06 PM IST

ହାଇଦ୍ରାବାଦ: ଅଷ୍ଟ୍ରେଲିଆର ମହିଳା କ୍ରିକେଟର ଏଲିସ ପେରୀ ଅନ୍ତଜାର୍ତୀୟ ଟି-20 କ୍ରିକେଟରେ ଇତିହାସ ରଚିଛନ୍ତି । ଏଲିସ ପ୍ରଥମ ଖେଳାଳି ଭାବେ 1ହଜାର ରନ ଓ 100 ୱିକେଟ ହାସଲ କରି ନିଆରା ରେକର୍ଡର ଅଧିକାରୀ ହୋଇଛନ୍ତି ।

ଇଂଲଣ୍ଡରେ 2ୟ ଆସେସ ମହିଳା ଟି-20 ମ୍ୟାଚରେ ଅପରାଜିତ 47 ରନର ପାଳି ଖେଳିଛନ୍ତି ଅଷ୍ଟ୍ରେଲିଆର ଏହି ଅଲରାଉଣ୍ଡର । ଏଥିସହିତ 1ହଜାର ରନର ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି ଏଲିସ ପେରୀ ।

2018 ନଭେମ୍ବରରେ ଅଲରାଉଣ୍ଡର ପେରୀ 100ତମ ୱିକେଟ ଅକ୍ତିଆର କରିଥିଲେ । ମୋଟ 104ଟି ଅନ୍ତଜାର୍ତୀୟ ଟି-20 ଖେଳି ସେ 1005 ରନ କରିଛନ୍ତି । ଏହାସହ 103 ୱିକେଟ ମଧ୍ୟ ନିଜ ନାମରେ କରିଛନ୍ତି । ଅପରାଜିତ 55ରନ ତାଙ୍କର ଶ୍ରେଷ୍ଠ ପାଳି ହୋଇଥିବାବେଳେ ବୋଲିଂରେ 12ରନ ବ୍ୟୟରେ 4ଟି ୱିକେଟ ପେରୀଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ।
ତେବେ ପାକିସ୍ତାନ ଅଲରାଉଣ୍ଡର ସାହିଦ ଆଫ୍ରିଦି ଏହି ରେକର୍ଡର ନିକଟବର୍ତ୍ତୀ ହୋଇଥିଲେ ହେଁ ହାସଲ କରିପାରିନାହାଁନ୍ତି । ଆଫ୍ରିଦିଙ୍କ ନାମରେ 1416 ରନ ସହ 98 ଟି ୱିକେଟ ରହିଛି । ସେହିପରି ବାଂଲାଦେଶ ଅଲରାଉଣ୍ଡର ସାକିବ -ଅଲ-ହସନ ମଧ୍ୟ ଏହି ରେସରେ ଅଛନ୍ତି । ସାକିବ ଏଯାବତ 1471 ରନ ସହ 88ୱିକେଟ ଅକ୍ତିଆର କରିସାରିଛନ୍ତି ।

Intro:Body:

szgfhjhj

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.