ETV Bharat / sports

‘ଆସନ୍ତା ବର୍ଷେ ଯାଏଁ ଆଶଙ୍କାରେ କ୍ରିକେଟ ମ୍ୟାଚ୍’ - Don't see cricket being played

ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ଅଖତରଙ୍କ କ୍ରିକେଟକୁ ନେଇ ବଡ ବୟାନ । ଅଖତର କହିଛନ୍ତି ଗୋଟିଏ ବର୍ଷ ଭିତରେ ବିଶ୍ବରେ କେଉଁଠି କ୍ରିକେଟ ମ୍ୟାଚ ଖେଳାଯିବାକୁ ସେ ଦେଖୁନାହାଁନ୍ତି ।

Don't see  cricket being played for at least one yer, says Shoib Akhtar
ବର୍ଷେ ଯାଏଁ କ୍ରିକେଟ ମ୍ୟାଚ ସମ୍ଭବ ଆଶଙ୍କା: ସୋଏବ ଅଖତର
author img

By

Published : Apr 21, 2020, 1:54 PM IST

ଲାହୋର: ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ଅଖତରଙ୍କ କ୍ରିକେଟକୁ ନେଇ ବଡ ବୟାନ । ଅଖତର କହିଛନ୍ତି ଗୋଟିଏ ବର୍ଷ ଭିତରେ ବିଶ୍ବରେ କେଉଁଠି କ୍ରିକେଟ ମ୍ୟାଚ ଖେଳାଯିବାକୁ ସେ ଦେଖୁନାହାଁନ୍ତି ।

କୋରୋନା ଭାଇରସ ସଂକ୍ରମଣ ଭୟରେ ବିଶ୍ବରେ ସମସ୍ତ ପ୍ରକାର ଅନ୍ତର୍ଜାତୀୟ, ପ୍ରଥମ ଶ୍ରେଣୀ ଓ ଫ୍ରାଞ୍ଚାଇଜ କ୍ରିକେଟ ବନ୍ଦ ରହିଛି । ଅନେକ ଦେଶ ଲକଡାଉନରେ ଥିବାରୁ କ୍ରିକେଟର ଘରେ ରହିଛନ୍ତି ।

କ୍ରିକେଟରେ ଜଣେ ଅନ୍ୟଜଣକୁ ଛୁଇଁବା ସହ ବଲକୁ ପ୍ରତ୍ୟେକ ଖେଳାଳି ହାତରେ ସ୍ପର୍ଶ କରିଥାନ୍ତି । ବଲକୁ ସବୁ ଖେଳାଳି ସଫାକରି ଚମକାଇବା ପାଇଁ ଚେଷ୍ଟା କରିଥାନ୍ତି । ବୋଲରଙ୍କୁ ବଲ ସଫାକରିବା ଉପରେ ପ୍ରତିବନ୍ଧକ ନେଇ ଆଇସିସି ପକ୍ଷରୁ ଏକ ରିପୋର୍ଟ ଚର୍ଚ୍ଚାରେ ରହିଥିବା କହିଛନ୍ତି ଅଖତର । ତେବେ ଏହି ନିୟମ ଲାଗୁ ହେଲେ ସେ ଏହାର ସମର୍ଥନ କରିବେ । 44ବର୍ଷିୟ ସୋଏବ ଅଖତର ଅନେକ ସମୟରେ ନିଜର ବୟାନ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.