ETV Bharat / sports

ଆର ପାରିରେ ଘରୋଇ କ୍ରିକେଟ କିଙ୍ଗ୍ ରାଜିନ୍ଦର ଗୋଏଲ - Rajinder Goel passes away

ରାଜିନ୍ଦର ଗୋଏଲ, ଯିଏକି 2017ରେ ବିସିସିଆଇ ଦ୍ବାରା ସିକେ ନାଇଡୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଥିଲେ ।

domestic-cricket-legend-rajinder-goel-passes-away
ଆର ପାରିରେ ଘରୋଇ କ୍ରିକେଟ କିଙ୍ଗ୍ ରାଜିନ୍ଦ୍ର ଗୋଏଲ
author img

By

Published : Jun 21, 2020, 10:14 PM IST

କୋଲକତା: କିମ୍ବଦନ୍ତୀ ଭାରତୀୟ ବାମହାତୀ ସ୍ପିନର ରାଜିନ୍ଦର ଗୋଏଲଙ୍କ 77 ବର୍ଷ ବୟସରେ ଦେହାନ୍ତ ହୋଇଛି । ରାଜିନ୍ଦର ଗୋଏଲ, ଯିଏକି 2017ରେ ବିସିସିଆଇ ଦ୍ବାରା ସିକେ ନାଇଡୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଥିଲେ ।

ଦୀର୍ଘ ଦିନର ଅସୁସ୍ଥତା ସହ ସଂଗ୍ରାମ କରିବା ପରେ ରବିବାରର ଭାରତର ଅନ୍ୟତମ ଶ୍ରେଷ୍ଠ ବାମହାତୀ ସ୍ପିନର ରାଜିନ୍ଦର ଗୋଏଲଙ୍କ ମୃତ୍ୟୁ ଘଟିଛି । ତେବେ କୋଲକତା ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି ।

ତେବେ ରାଜିନ୍ଦର କେବେ ଭାରତ ପାଇଁ ଅନ୍ତର୍ଜତୀୟ ମ୍ୟାଚ ଖେଳି ନଥିଲେ । କିନ୍ତୁ ବିଶନ ସିଂ ବେଦୀଙ୍କ ସମୟରେ ଭାରତର ଜଣେ ସର୍ବଶ୍ରେଷ୍ଠ ବାମହାତୀ ସ୍ପିନର ଭାବରେ ପରିଗଣିତ ହୋଇଥିଲେ । ଗୋଏଲ 157 ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ । ସେ ହରିଆଣା ପାଇଁ ଅଧିକାଂଶ ମ୍ୟାଚ ଖେଳିଛନ୍ତି ଏବଂ 750 ୱିକେଟ୍ ଘରୋଇ କ୍ରିକେଟରେ ଅକ୍ତିଆର କରିଛନ୍ତି ।

ରଣଜୀ ଗୋଏଲ ରଣଜୀ ଟ୍ରଫିରେ ସର୍ବାଧିକ ୱିକେଟ୍ ନେବା ରେକର୍ଡ ରଖିଛନ୍ତି । କାରଣ ସେ ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ଏସ ଭେଙ୍କଟାରାଗବାନଙ୍କ ଠାରୁ 107 ଅଧିକ ୱିକେଟ ନେଇଛନ୍ତି । ଗୋଏଲ 1957-58 ସିଜନରେ ଡେବ୍ୟୁ କରିଥିଲେ ଏବଂ 44 ବର୍ଷ ବୟସ ପର୍ଯ୍ୟନ୍ତ ଘରୋଇ କ୍ରିକେଟ୍ ଖେଳିଥିଲେ ।

2017 ରେ, ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ରାଜିନ୍ଦର ଗୋଏଲଙ୍କୁ ସିକେ ନାଇଡୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରିଛି । ଗୋଏଲ, ସେପ୍ଟେମ୍ବର 20, 1942 ରେ ହରିୟାଣାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ରହିଥିଲେ | 16 ବର୍ଷ ବୟସରେ ସେ ଉତ୍ତର ଜୋନ ଅଲ ଇଣ୍ଡିଆ ସ୍କୁଲ ଟୁର୍ନାମେଣ୍ଟର ଶ୍ରେଷ୍ଠ ବୋଲର ଭାବରେ ବିବେତିଚ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.