ETV Bharat / sports

ଟିମ ଇଣ୍ଡିଆର ଟିମ୍‌ ମିଟିଂରେ ଉଠିଲା ଚାଷୀ ଆନ୍ଦୋଳନ ପ୍ରସଙ୍ଗ - ବିରାଟ କୋହଲି ଟ୍ବିଟ

ଅନ୍ତର୍ଜାତୀୟ ପପ୍‌ ଷ୍ଟାର ରିହାନା ଦେଶରେ ଜାରିଥିବା ଚାଷୀ ଆନ୍ଦୋଳନ ନେଇ ଟ୍ବିଟ କରିବା ପରେ ଭାରତରେ ନୂଆ ବିବାଦର ସୂତ୍ରପାତ । ଅଧିକ ପଢନ୍ତୁ...

Discussed farmers' protest in team meeting, says Virat Kohli
ଟିମ ଇଣ୍ଡିଆର ଟିମ୍‌ ମିଟିଂରେ ଉଠିଲା ଚାଷୀ ଆନ୍ଦୋଳନ ପ୍ରସଙ୍ଗ
author img

By

Published : Feb 4, 2021, 6:10 PM IST

ଚେନ୍ନାଇ: ଅନ୍ତର୍ଜାତୀୟ ପପ୍‌ ଷ୍ଟାର ରିହାନା ଦେଶରେ ଜାରିଥିବା ଚାଷୀ ଆନ୍ଦୋଳନ ନେଇ ଟ୍ବିଟ କରିବା ପରେ ଭାରତରେ ନୂଆ ବିବାଦର ସୂତ୍ରପାତ ହୋଇଛି । କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସମେତ କ୍ୟାପଟେନ ବିରାଟ କୋହଲି ଓ ଏକାଧିକ ଭାରତୀୟ କ୍ରିକେଟର ଟ୍ବିଟରରେ ନିଜର ମତ ରଖିଥିଲେ । ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ନ ପୁରାଇବାକୁ ମଧ୍ୟ ମତ ପ୍ରକାଶ ପାଇଥିଲା । ଭାରତ ଏକାଠି ରହିଛି ଓ ନିଜ ଦେଶର ସମସ୍ୟା ସମାଧାନ ପାଇଁ ପ୍ରୟାସ କରୁଛି । ତେବେ ଚାଷୀ ଅନ୍ଦୋଳନ ପ୍ରସଙ୍ଗ ଟିମ ଇଣ୍ଡିଆର ଟିମ ମିଟିଂରେ ସ୍ଥାନ ପାଇଛି ବୋଲି, ଗୁରୁବାର କହିଛନ୍ତି କ୍ୟାପଟେନ ବିରାଟ କୋହଲି ।

ଚେନ୍ନାଇରେ ଶୁକ୍ରବାର ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି, "ଦେଶରେ ବର୍ତ୍ତମାନ ସ୍ଥିତିରେ ଘଟୁଥିବା କୌଣସି ଘଟଣା ସମ୍ପର୍କରେ ଆଲୋଚନା କରୁ ଓ ସମସ୍ତେ ନିଜର ମତ ରଖନ୍ତି । ଚାଷୀ ଅନ୍ଦୋଳନ ନେଇ ମଧ୍ୟ ସଂକ୍ଷିପ୍ତରେ ଚର୍ଚ୍ଚା ହୋଇଥିଲା ଓ ପରେ ଟିମର ରଣନୀତି ବିଷୟରେ ଆଲୋଚନା ହୋଇଥିଲା ।"

"କୃଷକ ଦେଶର ଅଭିନ୍ନ ଅଂଶ । ତେବେ ଭିନ୍ନମତର ସମୟରେ ଦେଶକୁ ଏକତ୍ର ରହିବାକୁ ହେବ ଓ ଖୁବଶ୍ରୀଘ୍ର ସମସ୍ତ ଦଳ ମିଶି ସମାଧାନର ସୂତ୍ର ବାହାର କରିବେ ବୋଲି ଆଶା ।" ଜାରି ଥିବା କୃଷକ ଆନ୍ଦୋଳନ ନେଇ ନିଜର ମତ ରଖି ବୁଧବାର ଏହା କହିଥିଲେ କୋହଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.