ETV Bharat / sports

ଦିବ୍ୟାଙ୍ଗ ସତ୍ତ୍ବେ ମାନିନାହାଁନ୍ତି ହାର୍‌, କ୍ରିକେଟ ଖେଳିବେ ଅଭୟ - abhaya

ଦିବ୍ୟାଙ୍ଗ ମଣିଷଟି ମଧ୍ୟ କ୍ରିକେଟ ଖେଳିବାକୁ ଫିଟ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜିଲ୍ଲାର ଅଭୟ ଜେନା । ସେ ପିଲା ବୟସରୁ ପୋଲିଓ ଆକ୍ରାନ୍ତ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର
author img

By

Published : Jun 14, 2019, 2:25 PM IST

କେନ୍ଦୁଝର: ଦିବ୍ୟାଙ୍ଗ ମଣିଷଟି ମଧ୍ୟ କ୍ରିକେଟ ଖେଳିବାକୁ ଫିଟ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜିଲ୍ଲାର ଅଭୟ ଜେନା । ସେ ପିଲା ବୟସରୁ ପୋଲିଓ ଆକ୍ରାନ୍ତ । କିନ୍ତୁ ତାଙ୍କ ଇଚ୍ଛା ଶକ୍ତି ଆଗରେ ତାଙ୍କର ଅକ୍ଷମତା ହାର ମାନିଛି । ଅଭୟ ଏବେ ଦିବ୍ୟାଙ୍ଗ ପ୍ରିମିୟର କ୍ରିକେଟ ଲିଗରେ ସ୍ଥାନ ପାଇଛନ୍ତି । ସେ ଚେନ୍ନାଇ ସୁପର ଷ୍ଟ୍ରଙ୍ଗ ଟିମ ପାଇଁ ଶହ ବନ୍ଧିତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

ସୂଚନାନୁସାରେ, ଆଗାମୀ ଜୁଲାଇ ୧୯ ତାରିଖରୁ ଦିଲ୍ଲୀଠାରେ ଏହି ପ୍ରିମିୟର ଲିଗ ଅନୁଷ୍ଠିତ ହେବ । ଏଥିରେ ୮ ଟି ଟିମ ଭାଗ ନେବେ ବୋଲି ଜଣାପଡିଛି । ତେବେ ଏହି ଲିଗରେ ଖେଳିବା ପାଇଁ ସାଥି ଖେଳାଳିଙ୍କ ସହ ପ୍ରାକ୍ଟିସ ଚଳାଇଛନ୍ତି । ଶଙ୍କର ସ୍ପୋର୍ଟିଂ କ୍ରିକେଟ କ୍ଲବ ସାଥିମାନେ ମଧ୍ୟ ତାଙ୍କୁ ଏଥିରେ ଭରପୁର ସହଯୋଗ କରୁଛନ୍ତି । କ୍ଲବର କୋଚ ମଧ୍ୟ ଅଭୟ କିପରି ଭଲ ପ୍ରଦର୍ଶନ କରିବେ ସେ ନେଇ ଚେଷ୍ଟା କରଛନ୍ତି । ଅନ୍ୟପଟେ ଆଗାମୀ ଦିନରେ ଅଭୟ ବିଶ୍ୱକପ କ୍ରିକେଟରେ ଖେଳିବାକୁ ଆଶା ରଖିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ସ୍ଲଗ- ଭିନ୍ନକ୍ଷମ ହୋଇବି ସକ୍ଷମ ଅଭୟ

 ଆଙ୍କର- ଭିନ୍ନକ୍ଷମ ମଣିଷକୁ ସମାଜ ସବୁବେଳେ ଅନ୍ୟ ଦୃଷ୍ଟି ରେ ଦେଖି ଥାଏ । ସବୁ ସମୟରେ ତାକୁ ଦୟା ଦେଖେଇ ବାକୁ ଚେଷ୍ଟା କରିଥାଏ । ଭିନ୍ନକ୍ଷମ ବ୍ୟକ୍ତି ଅନ୍ୟ ସାହାରା ସବୁ ବେଳେ ଲୋଡି ଥାଏ।  କିନ୍ତୁ ଏ ସବୁକୁ ଭୁଲ ବୋଲି ପ୍ରମାଣ କରିଛନ୍ତି କେନ୍ଦୁଝର ସହରର  ଅଭୟ ଜେନା । ସେ ଛୋଟ ବେଳୁ ପୋଲିଓ ଆକ୍ରାନ୍ତ । ସେଥିପାଇଁ ସେ ପୂର୍ବରୁ କାହାର ନା କାହାର ଯେ କୌଣସି କାର୍ଯ୍ୟ ରେ  ସାହାଯ୍ୟ ଖୋଜୁ ଥିଲେ । କିନ୍ତୁ ଏବେ ସେ ତାଙ୍କ ଦୃଢ଼ ଇଚ୍ଛା ଶକ୍ତି ପାଇଁ ଭିନ୍ନକ୍ଷମ ହେବା ସ୍ୱତେ ସମୁର୍ଣ ସକ୍ଷମ। ସେ ଏବେ ଭିନ୍ନକ୍ଷମ ପ୍ରିମିୟର କ୍ରିକେଟ ଲିଗରେ ସ୍ଥାନ ପାଇଛନ୍ତି । ଅଭୟ ଓଡିଶାରୁ  ଚେନ୍ନାଇ ସୁପର ଷ୍ଟ୍ରଙ୍ଗ ଟିମ ପାଇଁ ଶହ ବନ୍ଧିତ ହୋଇଛନ୍ତି । ଏହି ଲିଗ ପାଇଁ କ୍ଲବ ର ସାଥି ଖେଳାଳି ଙ୍କ ସହ ପ୍ରାକ୍ଟିସ ଚଳାଇଛନ୍ତି । ତାଙ୍କ ଇଚ୍ଛା ଶକ୍ତି ଆଗରେ ତାଙ୍କର ଅକ୍ଷମତା ହାର ମାନିଛି । ତାଙ୍କ ଶଙ୍କର ସ୍ପୋଟିଂ କ୍ରିକେଟ କ୍ଲବ ସାଥିମାନେ ମଧ୍ୟ ତାଙ୍କୁ ଏଥିରେ ଭରପୁର ସହଯୋଗ କରୁଛନ୍ତି । କ୍ଲବର କୋଚ ମଧ୍ୟ ଅଭୟ କିପରି ଭଲ ପ୍ରଦର୍ଶନ କରିବେ ସେ ନେଇ ସଦା ଚେଷ୍ଟିତ ଅଛନ୍ତି । ଆଗାମୀ ଜୁଲାଇ ମାସ ୧୯ ତାରିଖରୁ ଦିଲ୍ଲୀ ଠାରେ  ଏହି ପ୍ରିମିୟର ଲିଗ ଅନୁଷ୍ଠିତ ହେବ । ଏଥିରେ ୮ ଟି ଟିମ ଭାଗ ନେବେ ବୋଲି ଜଣାପଡିଛି । ଆଗାମୀ ଦିନରେ ଅଭୟ ବିଶ୍ୱକପ କ୍ରିକେଟ ରେ ଖେଳିବାକୁ ଆଶା ରଖିଛନ୍ତି । ଅଭୟ ଭିନ୍ନକ୍ଷମ ହେବା ସ୍ୱତେ ପ୍ରିମିୟାର ଲିଗ ରେ ସ୍ଥାନ ପାଇବା ନେଇ କ୍ଲବ ର ସାଥୀଙ୍କ ସହ କେନ୍ଦୁଝର ସହରବାସୀ ମଧ୍ୟ ଗର୍ବ ଅନୁଭବ କରୁଛନ୍ତି ।

ବାଇଟ-୧- ଅଭୟ ଜେନା (  କ୍ରିକେଟଖେଳାଳୀ)
ବାଇଟ-୨-ଦିବ୍ୟତୋଷ ମିଶ୍ର ( ସାଥି ଖେଳାଳୀ, ଶଙ୍କର ସ୍ପୋଟିଂ)
ବାଇଟ-୩-ଗିରିଷ ଚନ୍ଦ୍ର ହୋତା( କୋଚ, ଶଙ୍କର ସ୍ପୋଟିଂ)
ବାଇଟ-୪-ସମୀର ମିଶ୍ର ( ସଦସ୍ୟ, ଶଙ୍କର ସ୍ପୋଟିଂ)
ପିଟିସି

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.