ETV Bharat / sports

ବିସିସିଆଇକୁ ନିଃସର୍ତ୍ତ କ୍ଷମା ମାଗିଲେ ଦିନେଶ କାର୍ତ୍ତିକ

ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ ବିସିସିଆଇକୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ବିନା ଅନୁମତିରେ କେନ୍ଦ୍ରୀୟ ଚୁକ୍ତିର ଅବମାନନା କରିଥିବାରୁ କାର୍ତ୍ତିକଙ୍କୁ ବିସିସିଆଇ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା ।

ଫଟୋ ସୌଜନ୍ୟ: twitter@DineshKarthik
author img

By

Published : Sep 8, 2019, 8:30 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ ବିସିସିଆଇକୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । କାର୍ତ୍ତିକ କାରବିୟନ ପ୍ରିମିୟର ଲିଗ (CPL)ରେ ଯୋଗ ଦେଇଥିଲେ । ତେବେ ବିନା ଅନୁମତିରେ କେନ୍ଦ୍ରୀୟ ଚୁକ୍ତିର ଅବମାନନା କରିଥିବାରୁ କାର୍ତ୍ତିକଙ୍କୁ ବିସିସିଆଇ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା ।

କାର୍ତ୍ତିକ ତ୍ରିନବାଗୋ ନାଇଟ ରାଇଡର୍ସ(TKR) ଜର୍ସି ପିନ୍ଧି ଡ୍ରେସିଂ ରୁମରେ ବସିଥିବାର ଦେଖାଯାଇଥିଲା । ଏଥସହିତ CPL ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନି ମ୍ୟାଚରେ କାର୍ତ୍ତିକ ଉପସ୍ଥିତ ରହିଥିଲେ । କାର୍ତ୍ତିକଙ୍କୁ ତ୍ରିନବାଗୋ ନାଇଟ ରାଇଡର୍ସର କୋଚ ବ୍ରେଣ୍ଡନ ମାକ୍ୟୁଲମଙ୍କ ସହ ଦେଖାଯାଇଥିଲା । ମାକ୍ୟୁଲମ ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସର ମଧ୍ୟ କୋଚ ନିଯୁକ୍ତ ହୋଇଛନ୍ତି ।

କାର୍ତ୍ତିକ କାରଣ ଦର୍ଶାଅ ନୋଟିସର ଜବାବରେ କହିଛନ୍ତି ସେ (TKR)ର କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇନାହାଁନ୍ତି । କୋଲକାତା ନାଇଟ ରାଇଡର୍ସର କୋଚ ବ୍ରେଣ୍ଡନ ମାକ୍ୟୁଲମଙ୍କ ନିମନ୍ତ୍ରଣ ପାଇ ସେ ଯାଇଥିଲେ ।

see the attachment
visuals by ftp
tirthabashi panda 
subarnapur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.