ETV Bharat / sports

‘ବ୍ୟାଟିଂ କଲାବେଳେ ମୃ୍ତ୍ୟୁ ହୋଇଥିଲେ ବି ମୋର ଦୁଃଖ ନଥିଲା’ - cricket

ହେଲମେଟ ନପିନ୍ଧି ଖେଳିବା ଉପରେ ନିଜ ମତ ଦେଇଛନ୍ତି ୱେଷ୍ଟ ଇଣ୍ଡିଜର ପୂର୍ବତନ ମହାନ ଖେଳାଳି ଭିଭ ରିଚାର୍ଡସ । କହିଛନ୍ତି ଯେ, ଖେଳ ପାଇଁ ଜୀବନ ଯାଇଥିଲେ ବି ନଥିଲା ଦୁଃଖ । ଅଧିକ ପଢ଼ନ୍ତୁ...

Didn't mind if i died while batting, Viv Richards, not using helmets,  ଭିଭ ରିଚାର୍ଡ୍ସ, ବିନା ହେଲମେଟରେ ଖେଳିବା, cricket, ୱେଷ୍ଟ ଇଣ୍ଡିଜର ମହାନ ଖେଳାଳି
‘ବ୍ୟାଟିଂ କଲାବେଳେ ମୃ୍ତ୍ୟୁ ହୋଇଥିଲେ ବି ମୋର ଦୁଃଖ ନଥିଲା’
author img

By

Published : Apr 10, 2020, 12:20 AM IST

ସିଡନି: ୱେଷ୍ଟ ଇଣ୍ଡିଜର ମହାନ ଖେଳାଳି ଭିଭ ରିଚାର୍ଡ୍ସ ବିନା ହେଲମେଟରେ ଖେଳିବା ପାଇଁ ବେଶ ଜଣାଶୁଣା । ରିଚାର୍ଡ୍ସ ଅନେକ ଭୟଙ୍କର ଫାଷ୍ଟ ବୋଲରଙ୍କୁ ସାମ୍ନା କରିଛନ୍ତି । ଆଉ ସେତେବେଳେ ବାଉନ୍ସର ଉପରେ ଏତେ କଟକଣା ମଧ୍ୟ ନଥିଲା । ତେବେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ସେନ ୱାଟସନଙ୍କ ସହ ଆଲୋଚନା କରି ଭିଭ କହିଛନ୍ତି ଯେ ବିନା ହେଲମେଟରେ ଖେଳିବା ବେଳେ ଯେଉଁ ବିପଦ ଥାଏ ତାସହ ଖେଳିବାରେ ମତେ କୌଣସି ଅସୁବିଧା ହେଉ ନଥିଲା ।

Didn't mind if i died while batting, Viv Richards, not using helmets,  ଭିଭ ରିଚାର୍ଡ୍ସ, ବିନା ହେଲମେଟରେ ଖେଳିବା, cricket, ୱେଷ୍ଟ ଇଣ୍ଡିଜର ମହାନ ଖେଳାଳି
ବିନା ହେଲମେଟରେ ବ୍ୟାଟିଂ କରୁଥିବା ରିଚାର୍ଡ୍ସ

‘ଖେଳ ପାଇଁ ମୋର ଏତେମାତ୍ରାରେ ଆବେଗ ଥିଲା ଯେ ଯାହାକୁ ମୁଁ ଏତେ ଭଲପାଏ ତାହା ଖେଳିଲା ବେଳେ ମୋର ଜୀବନ ଚାଲିଯାଇଥିଲେ ବି ମୋର ଦୁଃଖ ନଥିଲା । ଯଦି ମୁଁ ଏହା ବାଛିଛି ଏବଂ ମୁଁ ଏଠାକୁ ଯାଏ, ତେବେ ତାଠାରୁ ଆଉ କଣ ଭଲ ରାସ୍ତା ଅଛି ଯିବାକୁ ? ବୋଲି ୱାଟସନଙ୍କ ସହ କଥା ହେବା ବେଳେ ସେ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ, ଅନ୍ୟ ଖେଳ ସହ ଜଡିତ ଖେଳାଳିଙ୍କ ଠାରୁ ତାଙ୍କୁ ପ୍ରେରଣା ମିଳେ । ଯେଉଁମାନେ କି ନିଜର ଜୀବନକୁ ଖେଳପାଇଁ ଉତ୍ସର୍ଗ କରି ଦିଅନ୍ତି । ‘ମୁଁ ଜଣେ ବ୍ୟକ୍ତିଙ୍କୁ ଦେଖିଛି ଯିଏ ଫର୍ମ୍ୟୁଲା 1 ରେସିଙ୍ଗ କାର ଚଳାଉଥିଲେ, ତାଠାରୁ ଆଉ ବିପଦଜନକ କଣ ହୋଇପାରେ ?’ ଯାହା ପରେ ମଜାରେ ୱାଟସନ କହିଥିଲେ, ତାଠାରୁ ଅଧିକ ବିପଦଜନକ ହେଉଛି ‘ବିନା ହେଲମେଟରେ 150 କିମି ପ୍ରତିଘଣ୍ଟା ବେଗରେ ଆସୁଥିବା ବଲକୁ ସାମ୍ନା କରିବା ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.