ନୂଆଦିଲ୍ଲୀ: ସୋସିଆଲ ମିଡିଆର କମେଣ୍ଟକୁ ଦେଖିଲେ ଏବେ ଜଣା ପଡିଯାଉଛି ଆଜିର ସମାଜରେ କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଚିନ୍ତାଧାରା ଅତ୍ୟନ୍ତ କୁତ୍ସିତ ଅସଭ୍ୟ । ଆଇପିଏଲରେ ଧୋନିଙ୍କ ଟିମର ଖରାପ ପ୍ରଦର୍ଶନ କାରଣରୁ ତାଙ୍କର ପାଞ୍ଚ ବର୍ଷୀୟ ଝିଅ ଜିଭାଙ୍କୁ ଅତ୍ୟନ୍ତ ଘୃଣ୍ୟ ଧମକ ମିଳିଛି । ସାକ୍ଷୀଙ୍କ ଇନଷ୍ଟାଗ୍ରାମରେ ଜିଭାଙ୍କୁ ଦୁଷ୍କର୍ମର ଧମକ ଦିଆଯାଇଛି । ଯାହା ଅତ୍ୟନ୍ତ ନିନ୍ଦନୀୟ ସହ ଚିନ୍ତାଜନକ ବିଷୟ ।
ଗତ ବୁଧବାର ଦିନ କେକେଆର ଠାରୁ ସିଏସକେ 10ରନ୍ରେ ପରାସ୍ତ ହୋଇଥିଲା । ଏହି ପରାଜୟ ପରେ ଧୋନିଙ୍କ ପତ୍ନୀ ସାକ୍ଷୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏପରି ଧମକ ଆସିଥିଲା । ଏହି ଘଟଣାକୁ ସାରା ଦେଶ କଡା ନିନ୍ଦା କରିଛି । ଖାସ୍ କରି ମହିଳାମାନେ ନିଜ ମତ ରଖିଛନ୍ତି ।
ଅଭିନେତ୍ରୀ ନଗମା ଟ୍ବିଟ କରି କହିଛନ୍ତି, ଧୋନିଙ୍କ 5ବର୍ଷ ଝିଅକୁ ଦୁଷ୍କର୍ମର ଧମକ ମିଳିଛି । ପ୍ରଧାମନ୍ତ୍ରୀ ଜୀ, ଆମ ଦେଶରେ କ'ଣ ହେଉଛି । କର୍ଣ୍ଣାଟକର ଜୟନଗର ବିଧାୟକ ସୌମ୍ୟା ରେଡ୍ଡୀ କହିଛନ୍ତି ଯେ, ଆମ ଦେଶରେ କ'ଣ ହେଉଛି । ଏହା ଅତ୍ୟନ୍ତ ଚିନ୍ତାଜନକ କଥା । ଆମେ କେଉଁ ଦିଗରେ ଗତି କରୁଛେ ?
ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ସୋସିଆଲ ମିଡିଆର କିପରି ଦୁରୁପଯୋଗ ବ୍ୟବହାର କରାଯାଉଛି ଏପରି ଧମକରୁ ଜଣାପଡୁଛି । ଏଥିସହ ପୂର୍ବତନ କ୍ରିକେଟର ଇରଫାନ ପଠାନ ବି ଟ୍ବିଟ କରି କହିଛନ୍ତି ଯେ, ଏପରି ଧମକ ଦେବାର କାହାକୁ ଅଧିକାର ମିଳିନି। #mentality #respect
-
All the players giving their best,sometimes it just doesn’t work but it’s doesn’t give any one any authority to give a threat to a young child #mentality #respect
— Irfan Pathan (@IrfanPathan) October 9, 2020 " class="align-text-top noRightClick twitterSection" data="
">All the players giving their best,sometimes it just doesn’t work but it’s doesn’t give any one any authority to give a threat to a young child #mentality #respect
— Irfan Pathan (@IrfanPathan) October 9, 2020All the players giving their best,sometimes it just doesn’t work but it’s doesn’t give any one any authority to give a threat to a young child #mentality #respect
— Irfan Pathan (@IrfanPathan) October 9, 2020