ETV Bharat / sports

‘2003ରୁ ଏଯାବତ ଧୋନି ବଦଳି ନାହାଁନ୍ତି, କେବଳ ଚୁଟି ଧଳା ହୋଇଯାଇଛି’ - କେବଳ ଚୁଟି ଧଳା ହୋଇଯାଇଛି

ଧୋନି 2003ରୁ ଆଜି ପର୍ଯ୍ୟନ୍ତ ଟିକେ ବି ବଦଳି ନାହାଁନ୍ତି । ସେ ଯେମିତି ଶାନ୍ତ ଓ ସରଳ ଥିଲେ ସେମିତି ହିଁ ଅଛନ୍ତି ବୋଲି କହିଛନ୍ତି ଦିନେଶ କାର୍ତ୍ତିକ । ଅଧିକ ପଢ଼ନ୍ତୁ...

Dhoni has been the same since 2003, except for more white hair, Dinesh Karthik on Dhoni, ଧୋନି ବଦଳି ନାହାଁନ୍ତି, କେବଳ ଚୁଟି ଧଳା ହୋଇଯାଇଛି, ଦିନେଶ କାର୍ତ୍ତିକ
‘2003ରୁ ଏଯାବତ ଧୋନି ବଦଳି ନାହାଁନ୍ତି, କେବଳ ଚୁଟି ଧଳା ହୋଇଯାଇଛି’
author img

By

Published : Jun 9, 2020, 6:37 PM IST

ମୁମ୍ବାଇ: ଟିମ ଇଣ୍ଡିଆର ୱିକେଟ କିପର-ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଧୋନିଙ୍କୁ ନେଇ କହିଛନ୍ତି ନିଜ ମନକଥା । ଧୋନିଙ୍କ ମଧ୍ୟରେ 17 ବର୍ଷ ଭିତରେ କୌଣସି ପରିବର୍ତ୍ତନ ହୋଇ ନାହିଁ ବୋଲି ସେ କହିଛନ୍ତି । 2003-04 ସିଜନରେ ସେ ପ୍ରଥମ କରି ଇଣ୍ଡିଆ-ଏ ପାଇଁ ମହେନ୍ଦ୍ର ସିଂ ଧୋନିଙ୍କ ସହ ଖେଳିଥିଲେ, ସେବେଠାରୁ ଏପର୍ଯ୍ୟନ୍ତ ଧୋନିଙ୍କ ଭିତରେ କିଛି ବଦଳି ନାହିଁ । ସେ ସେମିତି ଶାନ୍ତ ଓ ସରଳ ସ୍ବଭାବର ଅଛନ୍ତି ବୋଲି କାର୍ତ୍ତିକ ଅନୁଭବ କରନ୍ତି ।

ଷ୍ଟାର ସ୍ପୋର୍ଟସ୍ ଶୋ କ୍ରିକେଟ କନେକ୍ଟେଡରେ କାର୍ତ୍ତିକ କହିଛନ୍ତି ଯେ, 2003 କିମ୍ବା 2004 ରେ, ଯେତେବେଳେ ମୁଁ ତାଙ୍କ ସହିତ ମୋର ପ୍ରଥମ ଟୁରରେ ଇଣ୍ଡିଆ-ଏ ପାଇଁ ଖେଳିବାକୁ ଯାଇଥିଲି, ସେତେବେଳେ ସେ ବହୁତ ସରଳ, ଶାନ୍ତ, ବ୍ୟକ୍ତିତ୍ବ ଥିଲେ ଏବଂ ଆପଣ ମଧ୍ୟ ତାହା ଦେଖିଥିବେ । କେବଳ ପାର୍ଥକ୍ୟ ଏତିକି ଯେ ବର୍ତ୍ତମାନ ତାଙ୍କର ଚୁଟି ବହୁତ ଧଳା ହୋଇଯାଇଛି, କିନ୍ତୁ ଭିତରୁ ସେ ଏବେ ବି ବହୁତ ଶାନ୍ତ ।

କାର୍ତ୍ତିକ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ମୁଁ ତାଙ୍କୁ ସେତେ ରାଗିଥିବାର ଦେଖି ନାହିଁ କିମ୍ବା ତାଙ୍କୁ କ୍ରୋଧ ପ୍ରକାଶ କରିଥିବାର ଦେଖି ନାହିଁ । ସେ ଏବେ ବି ସମାନ ଅଛନ୍ତି ।’’

ଧୋନି 2019 ବିଶ୍ବକପ ସେମିଫାଇନାଲ ପରଠାରୁ କ୍ରିକେଟରୁ ଦୂରେଇ ଯାଇଛନ୍ତି । ଆଇପିଏଲରେ ସେ ଫେରିବେ ଓ ଟି-20 ବିଶ୍ବକପରେ ନିଜର ସ୍ଥାନ ପକ୍କା କରିବେ ବୋଲି ବିଶ୍ବାସ କରାଯାଉଥିବା ବେଳେ କୋରୋନା ମହାମାରୀ କାରଣରୁ ଏହା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହୋଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.