ETV Bharat / sports

ମହଙ୍ଗା ପଡିଲା ରାଗ: ମିଷ୍ଟର କୁଲ୍‌ଙ୍କ କ୍ୟାରିୟରରେ ଫାଇନ୍‌ ଦାଗ - ରାଜସ୍ଥାନ ବନାମ ଚେନ୍ନାଇ

ଏକ ବିଜ୍ଞପ୍ତି ପ୍ରକାଶ କରି ବିସିସିଆଇ କହିଛି ଯେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ମ୍ୟାଚ ଫି’ର 50 ପ୍ରତିଶତ କଟାଯାଇଛି। ଜୟପୁରରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ-ଚେନ୍ନାଇ ସୁପର କିଙ୍ଗସ ମ୍ୟାଚରେ ସେ ଆଇପିଏଲର କୋଡ୍‌ ଅଫ୍‌ କଣ୍ଡୋକ୍ଟ ଭଙ୍ଗ କରିଥିବାରୁ ତାଙ୍କୁ ଏହି ଫାଇନ୍‌ ଲାଗିଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଚେନ୍ନାଇ ସୁପର କିଙ୍ଗସ
author img

By

Published : Apr 12, 2019, 4:36 PM IST

Updated : Apr 12, 2019, 4:49 PM IST

ଜୟପୁର: ବିଶ୍ବ କ୍ରିକେଟ୍‌ରେ ମିଷ୍ଟର କୁଲ ନାମରେ ପରିଚିତ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କ୍ୟାରିୟରରେ ଲାଗିଛି ଫାଇନ୍‌ ଦାଗ। ଗୁରୁବାର ଏଠାରେ ଖେଳାଯାଇଥିବା ଚେନ୍ନାଇ-ରାଜସ୍ଥାନ ଆଇପିଏଲ ମ୍ୟାଚରେ ପଡିଆ ମଧ୍ୟକୁ ପ୍ରବେଶ କରିଥିବାରୁ ଧୋନିଙ୍କ ଉପରେ ଏହି ଫାଇନ୍‌ ଲାଗିଛି । ତାଙ୍କ ମ୍ୟାଚ ଫି’ର 50 ପ୍ରତିଶତ କଟାଯାଇଥିବା ସୂଚନା ଦେଇଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)।

ଏକ ବିଜ୍ଞପ୍ତି ପ୍ରକାଶ କରି ବିସିସିଆଇ କହିଛି ଯେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ମ୍ୟାଚ ଫି’ର 50 ପ୍ରତିଶତ କଟାଯାଇଛି। ଜୟପୁରରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ-ଚେନ୍ନାଇ ସୁପର କିଙ୍ଗସ ମ୍ୟାଚରେ ସେ ଆଇପିଏଲର କୋଡ୍‌ ଅଫ୍‌ କଣ୍ଡୋକ୍ଟ ଭଙ୍ଗ କରିଥିବାରୁ ତାଙ୍କୁ ଏହି ଫାଇନ୍‌ ଲାଗିଛି ବୋଲି ବିସିସିଆଇ ସୂଚନା ଦେଇଛି।

ଆଇପିଏଲ ନିୟମ ଅନୁସାରେ ଖେଳାଳିଙ୍କ ଉପରେ ଲାଗିଥିବା ଏହି ଫାଇନ୍‌ ଫ୍ରାଞ୍ଚାଇଜ ଭରିବେ। ଧୋନି ଆଇପିଏଲ କୋଡ୍‌ ଅଫ୍‌ କଣ୍ଡୋକ୍ଟ ଲେଭଲ୍‌ 2ର ଧାରା 2.20 ଭଙ୍ଗ କରିଥିବା ନେଇ ଦୋଷ ସ୍ବୀକାର କରିଥିବାର ସୂଚନା ରହିଛି । ଫଳରେ ଧୋନି ଏକ ମ୍ୟାଚ ବାସନ୍ଦ ହେବା ଭଳି ପରିସ୍ଥିତିରୁ ବଞ୍ଚିଯାଇଥିଲେ । ଏହା ତାଙ୍କ କ୍ରିକେଟ୍‌ କ୍ୟାରିୟରର ପ୍ରଥମ ଘଟଣା ଯେବେ କି ପଡିଆରେ ତାଙ୍କର କୌଣସି ବ୍ୟବହାର ପାଇଁ ତାଙ୍କୁ ଫାଇନ୍‌ ଲାଗିଛି।

  • There was an uncharacteristic outburst from MS Dhoni at last night's #IPL game, and he's been fined 50% of his match fee for it. 👇https://t.co/IVxVyA6IVF

    — ICC (@ICC) April 12, 2019 " class="align-text-top noRightClick twitterSection" data=" ">

ପ୍ରଥମ ଥର ଏପରି ଏକ ବିରଳ ମୂହୁର୍ତ୍ତ ଦେଖାଯାଇଥିଲା ଯେବେ ଧୋନି ରାଗରେ ନିଜ ନିୟନ୍ତ୍ରଣ ହରାଇ ବସିଥିଲେ। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚର ଶେଷ ଓଭରର 4ର୍ଥ ବଲରେ ଏହି ଘଟଣା ଘଟିଥିଲା। ବେନ ଷ୍ଟୋକ୍ସ ବୋଲିଂ କରିଥିବା ଏହି ବଲ ଏକ ଲୋ ଫୁଲଟସ୍‌ ଥିଲା। ଯାହାକୁ ମୁଖ୍ୟ ଅମ୍ପାୟାର ଉଲହସ ଗନ୍ଧେ ନୋ ବଲ୍‌ ଡାକିଥିଲେ। ମାତ୍ର ଲେଗ୍‌ ଅମ୍ପାୟାର ବ୍ରୁସ ଓକ୍ସେନଫୋର୍ଡଙ୍କ ହସ୍ତକ୍ଷେପ ପରେ ନିଜ ନିଷ୍ପତ୍ତିରେ ସେ ପରିବର୍ତ୍ତନ କରିଥିଲେ।

ତେବେ ଏହା ଆଉଟ୍‌ ହୋଇ ଡ୍ରେସିଂ ରୁମ୍‌ରେ ବସିଥିବା ଧୋନିଙ୍କୁ ଉତକ୍ଷିପ୍ତ କରିଥିଲା। ଧୋନି ଏହାର ପୂର୍ବବର୍ତ୍ତୀ ବଲରେ ଆଉଟ୍‌ ହୋଇଯାଇଥିଲେ । ଏହି ଘଟଣାରେ ନିଜ ନିୟନ୍ତ୍ରଣ ହରାଇ ସେ ପଡିଆ ମଧ୍ୟକୁ ଚାଲି ଆସିଥିଲେ। ଏହାସହ ଅମ୍ପାୟାରଙ୍କ ସହ କିଛି ବିତର୍କ କରିଥିବା ଦେଖିବାକୁ ମିଳିଥିଲା । ନିୟମ ଅନୁସାରେ ଆଉଟ୍‌ ହୋଇଥିବା କୌଣସି ଖେଳାଳି ବିନା ଅନୁମତିରେ ମ୍ୟାଚ ଚାଲିଥିବା ସମୟରେ ପଡିଆ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ।

Intro:Body:

dfg

Conclusion:
Last Updated : Apr 12, 2019, 4:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.