ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଧିନାୟକ ୱକାର ୟୁନିସ ଏମଏସ ଧୋନିଙ୍କୁ ଚାମ୍ପିଅନ ବୋଲି କହିଛନ୍ତି । ଏହାସହ ସୌରଭ ଗାଙ୍ଗୁଲିଙ୍କ ଯୁଗରେ ଆରମ୍ଭ ହୋଇଥିବା ଭାରତୀୟ ଦଳର ଗତିକୁ ଆଗକୁ ନେବାରେ କିମ୍ବଦନ୍ତୀ ୱିକେଟ କିପର-ବ୍ୟାଟ୍ସମ୍ୟାନ ପ୍ରକୃତରେ ଏକ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ କରିଛନ୍ତି।
'Q20' ସମୟରେ ଗ୍ଲୋଫାନ୍ସ ଟ୍ବିଟର ପ୍ଲାଟଫର୍ମରେ ଏକ ଫ୍ରିୱେଲିଂ ଚାଟରେ ୟୁନିସ କହିଛନ୍ତି ଯେ ସୌରଭ ଗାଙ୍ଗୁଲି ହିଁ ଭାରତୀୟ କ୍ରିକେଟ ପାଇଁ ଉନ୍ନତିର ଯାତ୍ରା ଆରମ୍ଭ କରିଥିଲେ ଏବଂ ଏମଏସ ଧୋନି ସେହି ଯାତ୍ରାକୁ ଆଗେଇ ନେଇଥିଲେ। ସେ ଏକ ବିଶ୍ବକପ ଚାମ୍ପିଅନ ଏବଂ ଦୁଇ ଦୁଇଟି ବିଶ୍ବକପ ଜିତିଛନ୍ତି। ମୁଁ ଭାବୁଛି ସେ ନିଜ ପାଇଁ, ଦେଶ ପାଇଁ ଏବଂ ନିଶ୍ଚିତ ଭାବେ ତାଙ୍କ ପରିବାର ପାଇଁ ଚମତ୍କାର ଭଲ ପ୍ରଦର୍ଶନ କରିଛନ୍ତି ।
![Dhoni did commendable job, carrying forward Ganguly's legacy, Waqar younis, MS Dhoni, ଧୋନି ଜଣେ ଚାମ୍ପିୟନ, ୱକାର ୟୁନିସ](https://etvbharatimages.akamaized.net/etvbharat/prod-images/waqar_younis_hails_former_indian_captain_ms_dhoni_0607newsroom_1594037429_134.webp)
ଭାରତୀୟ କ୍ରିକେଟର ସର୍ବଶ୍ରେଷ୍ଠ ଅଧିନାୟକଙ୍କ ମଧ୍ୟରେ ସୌରଭଙ୍କୁ ଗଣାଯାଏ ଏବଂ ତାଙ୍କ ଅଧିନାୟକତ୍ବ ହିଁ ଦଳରେ ଏକ ଦୃଢ଼ ବିଜୟ ମାନସିକତା ସୃଷ୍ଟି କରିଥିଲେ ଏବଂ ମେନ ଇନ ବ୍ଲୁ ଦେଶ ବାହାରେ ମଧ୍ୟ ଏକ ଶ୍ରଷ୍ଠ ଟିମ ଭାବେ ଉଭା ହୋଇଥିଲା ।
ଭାରତୀୟ କ୍ରିକେଟ ପାଇଁ ଗାଙ୍ଗୁଲିଙ୍କ ଅବଦାନକୁ ପ୍ରଶଂସା କରିବା ସହ ୱକାର ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ ଜଣେ ଅଧିନାୟକ ଭାବେ ଧୋନି ଭାରତୀୟ କ୍ରିକେଟର ଚେହେରାକୁ ସବୁଦିନ ପାଇଁ ବଦଳାଇ ଦେଇଛନ୍ତି ଏବଂ ଅଧିନାୟକ ଭାବରେ ନିଜର ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇଛନ୍ତି।
‘‘ଏମଏସ ଧୋନି ଜଣେ ମହାନ କ୍ରିକେଟର। ସେ ଯେଉଁଭଳି ଭାବରେ ଦଳର ନେତୃତ୍ବ ନେଇଛନ୍ତି ତାକୁ ଶବ୍ଦରେ ପ୍ରକାଶ କରିବା କଷ୍ଟକର । ସେ ଜଣେ ଭଲ ଏବଂ ବଡ ଅଧିନାୟକ ଯିଏ ସମସ୍ତ ଜିନିଷ ବୁଝନ୍ତି। ସେ ଜଣେ ବିଚକ୍ଷଣ ମଣିଷ ଏବଂ ଏକ ଛୋଟ ଗାଁରୁ ଆସି ସେ ଯେଉଁ ଉପଲବ୍ଧି ହାସଲ କରିଛନ୍ତି ଏହାସହ ଏତେ ବଡ ଦଳ ଓ ଦେଶର ନେତୃତ୍ବ ନେଇଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ,’’ ବୋଲି ୱକାର କହିଛନ୍ତି ।
ଧୋନି ବର୍ତ୍ତମାନ ବିରାଟ କୋହଲିଙ୍କୁ ଏହି ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ୱକାରଙ୍କ ଅନୁଯାୟୀ କୋହଲି ଖେଳର ଅନ୍ୟତମ ପ୍ରତିଦ୍ବନ୍ଦୀ ଏବଂ ସେ ଜଣେ ଅଧିନାୟକ ତଥା ଖେଳାଳି ଭାବରେ ବିଚକ୍ଷଣ କାର୍ଯ୍ୟ କରୁଛନ୍ତି ଏବଂ ଫିଟ୍ ରହିବା ପାଇଁ ତାଙ୍କର ନିଷ୍ଠା ହେଉଛି ମୁଖ୍ୟ ଗୁଣ ଯାହା ତାଙ୍କୁ ତାଙ୍କ ସମସାମୟିକଙ୍କ ଠାରୁ ଅଲଗା କରେ ।
@IANS