ETV Bharat / sports

ଆଇପିଏଲ2020: ଦିଲ୍ଲୀ ଖେଳାଳିଙ୍କ ଦମଦାର ପ୍ରଦର୍ଶନ, 18ରନ୍‌ରେ ହାରିଲା କେକେଆର

ଚଳିତ ସଂସ୍କରଣରେ ଶନିବାର ଠାରୁ ଆରମ୍ଭ ହୋଇଯାଇଛି ଡବଲ ହେଡର ମ୍ୟାଚ । ଗତକାଲି ଡବଲ ହେଡରର 2ୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ସାନଦାର ପ୍ରଦର୍ଶନ କରି କେକେଆର ଦଳକୁ 18ରନ୍‌ରେ ମାତ୍‌ ଦେଇଛି । ତେବେ ଏହି ରୋମାଞ୍ଚକର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ମିଳିଛି

author img

By

Published : Oct 4, 2020, 8:48 AM IST

ଆଇପିଏଲ2020: ଦିଲ୍ଲୀ ଖେଳାଳିଙ୍କ ଦମଦାର ପ୍ରଦର୍ଶନ, 18ରନ୍‌ରେ ହାରିଲା କେକେଆର
ଆଇପିଏଲ2020: ଦିଲ୍ଲୀ ଖେଳାଳିଙ୍କ ଦମଦାର ପ୍ରଦର୍ଶନ, 18ରନ୍‌ରେ ହାରିଲା କେକେଆର

ଶାରଜାହ: ଚଳିତ ସଂସ୍କରଣରେ ଶନିବାର ଠାରୁ ଆରମ୍ଭ ହୋଇଯାଇଛି ଡବଲ ହେଡର ମ୍ୟାଚ । ଗତକାଲି ଡବଲ ହେଡରର 2ୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ସାନଦାର ପ୍ରଦର୍ଶନ କରି କେକେଆର ଦଳକୁ 18ରନ୍‌ରେ ମାତ୍‌ ଦେଇଛି । ପୃଥ୍ବୀ ଶ'66ରନ୍‌ର ଇଂନିସ ଓ ଅଧିନାୟକ ଶ୍ରେୟସ ଆୟର ଅପରାଜିତ 38ବଲରୁ 88ରନ ପାଳି ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ବଡ ସ୍କୋର କରିବାରେ ସଫଳ ହୋଇଥିଲେ । 229ର ବିଜୟଲକ୍ଷ୍ୟକୁ ପିଛା କରି ପାରିନଥିଲା ଦିନେଶ କାର୍ତ୍ତିକଙ୍କ ଦଳ । 20 ଓଭରରେ 8ଟି ଓ୍ବିକେଟ ହରାଇ 210ରନ ହିଁ କରାପାରିଥିଲା କୋଲକାତା ନାଇଟ ରାଇଡର୍ସ । ତେବେ ଏହି ରୋମାଞ୍ଚକର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ମିଳିଛି

ଶନିବାରର 2ୟ ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କେକେଆର । ତେବେ ଦିଲ୍ଲୀର ଓପନିଂ ପାଇଁ ଗ୍ରାଉଣ୍ଡକୁ ଆସିଥିଲେ ଶିଖର ଧୱନ ଓ ପୃଥ୍ବୀ ଶ'। ଏହି ଯୋଡି ପୃଥ୍ବୀ ଶ'(66) ଓ ଶିଖର ଧୱନ(26) ଦଳକୁ ଭଲ ଆରମ୍ଭ ଦେଇଥିଲେ । ଧୱନଙ୍କ ଆଉଟ ହେବା ପରେ ଦଳ ଅଧିନାୟକ ଶ୍ରେୟସ ଆୟର ଅପରାଜିତ 38ବଲରୁ 88ରନ ପାଳି ଖେଳିଥିଲେ । ତାଙ୍କର ଏହି ପାଳିରେ 6ଟି ଛକା ଓ 7ଟି ଚୌକା ସାମିଲ ରହିଛି । ସେହିପରି ପରେ ଯୁବ ଋଷବ ପନ୍ତ ମଧ୍ୟ 17 ବଲରୁ 38ରନ ପାଳି ଖେଳିଛନ୍ତି । ତେବେ ନିର୍ଦ୍ଧାରିତ ଓଭରରେ ଦିଲ୍ଲୀ 4ଟି ଓ୍ବିକେଟ ହରାଇ 228ରନ କରିଥିଲା

ଦିଲ୍ଲୀ କ୍ୟାପିଟାଲ୍ସ ଇନିଂସ

କେକେଆର ପକ୍ଷରୁ ରସେଲ 2ଟି , ବରୁଣ ଚକ୍ରବର୍ତ୍ତୀ ଓ କମଲେଶ ନାଗାର୍କୋଟି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

delhi-capitals-won-by-18-runs-against-kolkata-knight-riders
କେକେଆର ଇଂନିସ

ତେବେ ବିପକ୍ଷ ଦଳ 229ରନର ବିଜୟ ଲକ୍ଷ୍ୟକୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । ମାତ୍ର ନିର୍ଦ୍ଧାରିତ ଓଭରରେ କେକେଆର 8ଓ୍ବିକେଟ ହରାଇ 210ରନ ହିଁ କରି ପାରିଥିଲା । କେକେଆର ପକ୍ଷରୁ ମୋର୍ଗନ ଓ ରାହୁଲ ତ୍ରିପାଠୀ 7ଓ୍ବିକେଟ ପାଇଁ 78ରନର ପାର୍ଟନରସିପ ଇଂନିସ ଖେଳି ବିଜୟର ଆଶା ସଂଚାର କରିଥିଲେ । କିନ୍ତୁ 18.3 ଓଭରରେ ମୋର୍ଗନ ଓ 19.2 ଓଭରରେ ରାହୁଲ ଆଉଟ ହେବାପରେ ଫଳାଫଳ ସ୍ପଷ୍ଟ ହୋଇ ସାରିଥିଲା । ଦଳପକ୍ଷରୁ ନିତିଶ ରଣା 58, ମୋର୍ଗାନ 44, ରାହୁଲ ତ୍ରିପାଠୀ 36, ଶୁଭମନ ଗିଲ 28 ରନ କରିଥିଲେ । ଅନରିଚ ନର୍ଟଜେ 3ଟି, ହର୍ଷଲ ପଟେଲ 2ଟି, ମାର୍କସ୍ ଷ୍ଟୋଇନିସ୍ ଓ ଅମିତ ମିଶ୍ର ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଛନ୍ତି ।

ଆଇପିଏଲ2020:ଦିଲ୍ଲୀ ଖେଳାଳିଙ୍କ ଦମଦାର ପ୍ରଦର୍ଶନ, 18ରନ୍‌ରେ ହାରିଲା କେକେଆର
ପଏଣ୍ଟ ଟେବୁଲ

ତେବେ ଶନିବାର ଦିନ ବିଜୟ ପରେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । କେକେଆର 3ୟସ୍ଥାନରୁ 5ସ୍ଥାନକୁ ଖସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.