ETV Bharat / sports

ଟି-20ରେ ହ୍ୟାଟ୍ରିକ ବିବାଦ: ପ୍ରଥମ ଭାରତୀୟ ବୋଲର ନୁହଁନ୍ତି ଚହର - Deepak chahar

ଚହରଙ୍କ ପୂର୍ବରୁ ଭାରତୀୟ ମହିଳା ବୋଲର ଏକତା ବିଷ୍ଟ ଟି-20 କ୍ରିକେଟରେ ହ୍ୟାଟ୍ରିକ ୱିକେଟ ନେଇସାରିଛନ୍ତି।

ଦୀପକ ଚହର
author img

By

Published : Nov 12, 2019, 9:28 PM IST

ହାଇଦ୍ରାବାଦ: ଚହରଙ୍କ ଟି-20 ହ୍ୟାଟ୍ରିକ ୱିକେଟକୁ ନେଇ ଏବେ ଦେଖା ଦେଇଛି ବିବାଦ । ରେକର୍ଡ ଗଣତିରେ ହୋଇଛି ଭୁଲ । ବିସିସିଆଇ ଦେଇଛି ଭୁଲ ତଥ୍ୟ । ଟି-20ରେ ହ୍ୟାଟ୍ରିକ ନେବାର ପ୍ରଥମ ଭାରତୀୟ ବୋଲର ନୁହଁନ୍ତି ଚହର । ହ୍ୟାଟ୍ରିକ ନେବାର ପ୍ରଥମ ଭାରତୀୟ ପୁରୁଷ ବୋଲର ଚହର।

ପ୍ରଥମ ଭାରତୀୟ ବୋଲର ନୁହଁନ୍ତି ଚହର

କାରଣ ତାଙ୍କ ପୂର୍ବରୁ ଭାରତୀୟ ମହିଳା ବୋଲର ଏକତା ବିଷ୍ଟ ଟି-20 କ୍ରିକେଟରେ ହ୍ୟାଟ୍ରିକ ୱିକେଟ ନେଇସାରିଛନ୍ତି । 2012 ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଏହି ରେକର୍ଡ ରଚିଥିଲେ ଏକତା । ମାତ୍ର ରବିବାର ବାଂଲାଦେଶ ବିପକ୍ଷ ଶେଷ ଟି-20 ମ୍ୟାଚରେ ନେଇଥିଲେ ହ୍ୟାଟ୍ରିକ ଓ୍ବିକେଟ। ଏହା ପରେ ବିସିସିଆଇ ଟ୍ବିଟ କରି ଟି-20ରେ ହ୍ୟାଟ୍ରିକ ନେବାରେ ପ୍ରଥମ ଭାରତୀୟ ବୋଲର ଚହର ବୋଲି କହିଥିଲା। ଯାହାକୁ ନେଇ ଦେଖାଦେଇଥିଲା ବିବାଦ। ବିସିସିଆଇକୁ ହେବାକୁ ପଡିଥିଲା ଟ୍ରୋଲ । ସୋସିଆଲ ମିଡିଆରେ କ୍ରିକେଟ ପ୍ରେମୀ ଟ୍ବିଟ କରିଥିଲେ ଯେ, ଟି-20ରେ ହ୍ୟାଟ୍ରିକ ନେବାରେ ପ୍ରଥମ ଭାରତୀୟ ବୋଲର ନୁହଁନ୍ତି ଚହର।

ପ୍ରଥମ ଭାରତୀୟ ବୋଲର ନୁହଁନ୍ତି ଚହର
ବିସିସିଆଇ ଟ୍ବିଟ

ଅନ୍ୟପଟେ ରବିବାର ମ୍ୟାଚରେ ଅଜନ୍ତା ମେଣ୍ଡିସଙ୍କ 6 ୱିକେଟ ରେକର୍ଡ ଭାଙ୍ଗିଥିଲେ ଚହର । ନାଗପୁର ନିର୍ଣ୍ଣାୟକ ମ୍ୟାଚରେ 3.2 ଓଭର ବୋଲିଂ କରି ମାତ୍ର 7ରନ ବ୍ୟୟରେ 6ଟି ୱିକେଟ ଅକ୍ତିଆର କରିଥିଲେ ଚହର । ପୂର୍ବରୁ ଏହି ବିଶ୍ବ ରେକର୍ଡ କେବଳ ଅଜନ୍ତା ମେଣ୍ଡିସଙ୍କ ନାମରେ ରହିଥିଲା । ମେଣ୍ଡିସ 8ରନ ବ୍ୟୟରେ 6 ୱିକେଟ ନେଇଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.