ETV Bharat / sports

ଆହତ କାରଣରୁ ଆଇପିଏଲରୁ ବାଦ ପଡିଲେ ଭୁବନେଶ୍ବର କୁମାର, ଅମିତ ମିଶ୍ର - ଆଇପିଏଲ 2020

ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଛି ଭୁବନେଶ୍ବର ଝଟକା। ଟୁର୍ଣ୍ଣାମେଣ୍ଟ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଥିବାବେଳେ, ଦଳର ଷ୍ଟାର ବୋଲର ଭୁବନେଶ୍ବର କୁମାର ଆହତ କାରଣରୁ ବାଦ ପଡିଛନ୍ତି ।

Delhi capitals spinner amit mishra, SRH's Bhubaneswar kumar ruled out of ipl due to injury
ଆହତ କାରଣରୁ ଆପିଏଲରୁ ବାଦ ପଡିଲେ ଭୁବନେଶ୍ବର ଓ ଅମିତ ମିଶ୍ର
author img

By

Published : Oct 5, 2020, 6:33 PM IST

Updated : Oct 5, 2020, 6:44 PM IST

ଦୁବାଇ: ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଛି ଭୁବନେଶ୍ବର ଝଟକା। ଟୁର୍ଣ୍ଣାମେଣ୍ଟ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଥିବାବେଳେ, ଦଳର ଷ୍ଟାର ବୋଲର ଭୁବନେଶ୍ବର କୁମାର ଆହତ କାରଣରୁ ବାଦ ପଡିଛନ୍ତି । ଶୁକ୍ରବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ଭୁବନେଶ୍ବର ।

ମ୍ୟାଚର 19ତମ ଓଭରରେ ଆହତ ହୋଇ ପଡିଆ ଛାଡିଥିଲେ ଭୁବି । ପରେ ବୋଲିଂ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଧିକ ଯନ୍ତ୍ରଣା ଅନୁଭବ କରିବା ପରେ ଫିଜିଓଙ୍କ ପରାମର୍ଶ କ୍ରମେ ପଡିଆ ଛାଡିଥିଲେ । ଫଳରେ ସେ ଆଇପିଏଲର 13ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି ।

ସେହିପରି ଦିଲ୍ଲୀ କ୍ୟାପିଟାଲର ସ୍ପିନର ଅମିତ ମିଶ୍ର ମଧ୍ୟ ଆହତ କାରଣରୁ ବାଦ ପଡିଛନ୍ତି। ଗତ ଶନିବାର ସାରଜାହରେ କୋଲକାତା ନାଇଟ ରାଇଡର ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ମଧ୍ୟ ଆହତ ହୋଇଥିଲେ। ବୋଲିଂ କରୁଥିବା ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ତାଙ୍କ ସ୍ଥାନରେ ଅନ୍ୟ ବୋଲରଙ୍କୁ ସାମିଲ କରାଯିବା ନେଇ ଫ୍ରାଞ୍ଚାଇଜ ପକ୍ଷରୁ ସୂଚନା ଦିଆଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 5, 2020, 6:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.