ETV Bharat / sports

ଚିଡେଇଲେ ଦର୍ଶକ, ପକେଟ ଦେଖେଇଲେ ୱାର୍ଣ୍ଣର - କ୍ରିକେଟରୁ ବାସନ୍ଦାଦେଶ

ୱାର୍ଣ୍ଣର ଫିଲ୍ଡିଂ କରୁଥିବା ସମୟରେ ନିଜର ଖାଲି ପକେଟକୁ ଦର୍ଶକଙ୍କୁ ଦେଖାଉଥିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଜଣେ ଇଂଲିସ ଦର୍ଶକ  'ବାଲି କାଗଜ ପାଇଗଲି' ବୋଲି ଚିତ୍କାର କରିବା ପରେ, ମଜାଳିଆ ଅନ୍ଦାଜରେ ଖାଲି ପକେଟକୁ ଦର୍ଶକଙ୍କୁ ଦେଖାଇଥିଲେ ୱାର୍ଣ୍ଣର ।

ଡିଜାଇନ ଫଟୋ
author img

By

Published : Aug 4, 2019, 5:06 PM IST

ବର୍ମିଂଘାମ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ଐତିହାସିକ ଆସେସ ଟେଷ୍ଟ । 2 ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିଭ ସ୍ମିଥ ଓ ଡେଭିଡ ୱାର୍ଣ୍ଣର ଦୀର୍ଘ 16 ମାସ ପରେ ଟେଷ୍ଟ କ୍ରିକେଟକୁ ଫେରିଛନ୍ତି । ଏକଦା କ୍ରିକେଟର ଏହି ଲମ୍ବା ଫର୍ମାଟରେ 2 ଖେଳାଳିଙ୍କ ଦବଦବା ରହିଥିଲା । ଅଷ୍ଟ୍ରେଲିଆ ବିଜୟ ରଥକୁ ଦୁହେଁ ଦମଦାର ବ୍ୟାଟିଂ ଦ୍ବାରା ଆଗେଇ ନେଉଥିଲେ । ଦଳ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ।

ବଲ ଟାମ୍ପରିଙ୍ଗ ଅଭିଯୋଗରେ ଦୋଷୀ ହୋଇଥିଲେ 2 ଅଭିଜ୍ଞ ଖେଳାଳି । ଭୋଗିଥିଲେ 12 ମାସ କ୍ରିକେଟରୁ ବାସନ୍ଦାଦେଶ । ପ୍ରଥମେ 2019 ବିଶ୍ବକପରେ ଦିନିକିଆ କ୍ରିକେଟ କୁ ପୁଣି ଦଳକୁ ଫେରିଥିଲେ ଉଭୟ ।

ତେବେ ବର୍ମିଂଘାମରେ ଖେଳାଯାଉଛି ପ୍ରଥମ ଆସେସ ଟେଷ୍ଟ । ଏଥିରେ ୱାର୍ଣ୍ଣର ଫିଲ୍ଡିଂ କରୁଥିବା ସମୟରେ ନିଜର ଖାଲି ପକେଟକୁ ଦର୍ଶକଙ୍କୁ ଦେଖାଉଥିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ପ୍ରଥମ ଇଂନିସରେ ୱାର୍ଣ୍ଣର ମାତ୍ର 2ରନରେ ଆଉଟ ହେବାପରେ ଇଂଲିସ ଦର୍ଶକ ୱାର୍ଣ୍ଣରଙ୍କୁ ବାଲି କାଗଜ ଦେଖାଇଥିଲେ । କାରଣ ପକେଟରେ ବାଲି କାଗଜ ରଖି ୱାର୍ଣ୍ଣର ବଲ ଟାମ୍ପରିଙ୍ଗ କରିଥିଲେ । ଏହାକୁ ଇଂଲିସ ଦର୍ଶକ ତାଙ୍କୁ ମନେ ପକାଇ ଚିଡାଇଥିଲେ । ଜଣେ ଇଂଲିସ ଦର୍ଶକ 'ବାଲି କାଗଜ ପାଇଗଲି' ଅଛି ବୋଲି ଜୋରରେ ଚିଲ୍ଲାଇଥିଲେ । ତେବେ ମଜାଳିଆ ଅନ୍ଦାଜରେ ଖାଲି ପକେଟକୁ ଦେଖାଇ ଦର୍ଶକଙ୍କୁ ବାଲିକାଗଜ ନାହିଁ ବୋଲି ଉତ୍ତର ଦେଇଥିଲେ ୱାର୍ଣ୍ଣର ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.