ଲଣ୍ଡନ: ଚଳିତ ବିଶ୍ବକପର ସର୍ବାଧିକ ସ୍କୋରରଙ୍କ ଆଉ ଏକ ରେକର୍ଡ । 3ୟ ଥର ପାଇଁ ବାପା ହୋଇଛନ୍ତି ଅଷ୍ଟ୍ରେଲିଆନ ଓପନର ଡେଭିଡ୍ ୱାର୍ଣ୍ଣର । ରବିବାର ଲଣ୍ଡନର ଏକ ଘରୋଇ ହସ୍ପିଟାଲରେ ତାଙ୍କ ପତ୍ନୀ କ୍ୟାଣ୍ଡିସ୍ ୱାର୍ଣ୍ଣର ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି । ତେବେ ଏହି ଖୁସି ଖବରକୁ ୱାର୍ଣ୍ଣର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଜଣାଇଛନ୍ତି ।
ତେବେ ପତ୍ନୀ ଗର୍ଭବତୀ ଥିବାରୁ ତାଙ୍କୁ ସାଙ୍ଗରେ ଧରି ଲଣ୍ଡନରେ ଭ୍ରମଣ କରୁଥିଲେ ୱାର୍ଣ୍ଣର । ରବିବାର ଶିଶୁକନ୍ୟାର ଜନ୍ମ ପରେ ସେ ସୋସିଆଲ ମିଡିଆର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, "ନୂଆ ଫ୍ୟାମିଲି ମେମ୍ବର ଇସଲା ରୋଜ୍ ୱାର୍ଣ୍ଣରକୁ ସ୍ବାଗତ୍ । ରବିବାର ରାତ୍ରୀ 10.30ରେ ଏହି ନୂଆ ମେମ୍ବର ଜଣଙ୍କ ଆମ ପରିବାରେ ସାମିଲ ହୋଇଛନ୍ତି । ମା ଓ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ବଡ ଭଉଣୀମାନେ ମଧ୍ୟ ତାକୁ ଦେଖି ଖୁସି ହୋଇଛନ୍ତି ।"
ତେବେ ସୂଚନାଥାଉ କି, ଚଳିକ ବିଶ୍ବକପରେ ଡେଭିଡ ୱାର୍ଣ୍ଣରଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ଦଳ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିସାରିଛି । ଏତି ସହିତ ଚଳିତ ସିଜିନର ସର୍ବାଧିକ ରନ ସଂଗ୍ରହକାରୀ ମଧ୍ୟ ଡେଭିଡ ୱାର୍ଣ୍ଣର ହୋଇଛନ୍ତି । 2ଟି ଶତକ ଓ 3ଟି ଅର୍ଦ୍ଧଶତକ ବଳରେ ଏଯାବତ୍ ସେ 516ରନ କରି ପାରିଛନ୍ତି ।