ETV Bharat / sports

ଘରୋଇ କ୍ରିକେଟରେ ଅନୁମତି ପାଇଁ ପିସିବିକୁ କାନେରିଆଙ୍କ ଅନୁରୋଧ

author img

By

Published : Jun 15, 2020, 2:52 PM IST

ଇଂଲଣ୍ଡ କ୍ଳବ ଏସେକ୍ସ ପକ୍ଷରୁ ଖେଳୁଥିବାବେଳେ, କାନେରିଆ ସ୍ପଷ୍ଟ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ କ୍ରିକେଟରୁ ବାସନ୍ଦ ହୋଇଥିଲେ ।

Danish Kaneria Seeks permission from PCB to play domestic Cricket
ଘରୋଇ କ୍ରିକେଟରେ ଅନୁମତି ପାଇଁ ପିସିବିକୁ ଦାନିସ କାନେରିଆଙ୍କ ଅନୁରୋଧ

ଲାହୋର: ପାକିସ୍ତାନୀ କ୍ରିକେଟର ଦାନିସ କାନେରିଆ ଘରୋଇ କ୍ରିକେଟ ଖେଳିବାକୁ ଇଛାପ୍ରକଟ କରିଛନ୍ତି । ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)କୁ ଅନୁମତି ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି ।

ଇଂଲଣ୍ଡ କ୍ଳବ ଏସେକ୍ସ ପକ୍ଷରୁ ଖେଳୁଥିବାବେଳେ, କାନେରିଆ ସ୍ପଷ୍ଟ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ କ୍ରିକେଟରୁ ବାସନ୍ଦ ହୋଇଥିଲେ ।

ତେବେ କାନେରିଆ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ଦୁର୍ନୀତି ନିରୋଧ ବିଭାଗକୁ ଘରୋଇ କ୍ରିକେଟ ଖେଳିବାକୁ ମଧ୍ୟ ଅନୁମତି ମାଗିଛନ୍ତି ।

ଏନେଇ ନିଜ ଟ୍ବିଟର ପେଜରେ କାନେରିଆ ପିସିବି ଚେୟାରମ୍ୟାନ ଏହସାନ ମଣିଙ୍କୁ ଚିଠି ଲେଖିଛନ୍ତି । ରୋଜଗାରର ଏକମାତ୍ର ମାଧ୍ୟମ କ୍ରିକେଟରୁ ବାସନ୍ଦ ହେବାପରେ, ଆୟ ପ୍ରଭାବିତ ହୋଇଛି । ପ୍ରଫେସନାଲ୍ କ୍ରିକେଟ ଖେଳିବାକୁ ନେଇ ଆଇସିସିର ପ୍ରତିବନ୍ଧକ ଥିବାରୁ, ଏହାକୁ ହଟାଇବାକୁ ସେ ଅନୁରୋଧ କରିଛନ୍ତି । ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ଚାହିଁଲେ କାନେରିଆଙ୍କୁ ଘରୋଇ କ୍ରିକେଟ ଅନୁମତି ପ୍ରଦାନ କରିବାକୁ ଆଇସିସିକୁ ଅନୁରୋଧ କରିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.