ଚେନ୍ନାଇ: ଆଇପିଏଲ ଟିମ ଚେନ୍ନାଇ ସୁପର କିଙ୍ଗ୍ସକୁ ନେଇ ଭେଟେରାନ ଭାରତୀୟ କ୍ରିକେଟର ମୁରଲୀ ବିଜୟଙ୍କ ବଡ ବୟାନ । ବିଜୟ କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲର ଏକ ସ୍ପେଶାଲ ଟିମ ।
![CSK is a very very special team: Murali vijay](https://etvbharatimages.akamaized.net/etvbharat/prod-images/6809373_98_6809373_1587010065900.png)
2009-13 ପର୍ଯ୍ୟନ୍ତ ଆଇପିଏଲର 5ଟି ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରମୁଖ ସଦସ୍ୟ ରହିଛନ୍ତି ମୁରଲି ବିଜୟ । ଏହାପରେ 2018ରେ ପୁନର୍ବାର ସିଏସକେ କ୍ୟାମ୍ପକୁ ଫେରିଥିଲେ ବିଜୟ । ଏଥିସହିତ 3ଥର ଆଇପିଏଲ ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍ସ ବିଜେତା ଟିମର ସଦସ୍ୟ ରହିଛନ୍ତି ବିଜୟ ।
ବିଜୟ କହିଛନ୍ତି "ଆଇପିଏଲ ଆରମ୍ଭରୁ ହିଁ ଚେନ୍ନାଇ ସୁପର କିଙ୍ଗ୍ସ ଟିମ ସ୍ବତନ୍ତ୍ର ରହିଛି । ପ୍ରଥମ ସଂସ୍କରଣରୁ ଏହି ଟିମରେ ରହିଥିବା ଖେଳାଳିଙ୍କ ଚୟନ ଓ ପ୍ରଦର୍ଶନ ପ୍ରଭାବି ରହିଛି । ଏକାଧିକ ବିଶ୍ବ କ୍ରିକେଟର ମହାନତମ ଖେଳାଳି ଏହି ଟିମ ସହ ଯୋଡି ହୋଇଛନ୍ତି ।" 36 ବର୍ଷିୟ ବିଜୟ ଟିମ ଇଣ୍ଡିଆ ପାଇଁ 61ଟି ଟେଷ୍ଟ ଖେଳିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ