ETV Bharat / sports

କ୍ରିକେଟ ଦକ୍ଷିଣ ଆଫ୍ରିକାର 7 ସଦସ୍ୟ କୋରୋନା ପଜିଟିଭ

author img

By

Published : Jun 23, 2020, 3:07 PM IST

ଦକ୍ଷିଣ ଆଫ୍ରିକା କ୍ରିକେଟରେ ମଧ୍ୟ 7 ଜଣ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି । ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ଆସୋସିଏସନ(CSA) ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Cricket South Africa confirms 7 positive Covid-19 cases
କ୍ରିକେଟ ଦକ୍ଷିଣ ଆଫ୍ରିକାର 7 ସଦସ୍ୟ କୋରୋନା ପଜିଟିଭ

ଜୋହାନ୍ସବର୍ଗ: କ୍ରିକେଟ ଜଗତରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପାକିସ୍ତାନରେ ଏକାଧିକ କ୍ରିକେଟର କୋରୋନା ସଂକ୍ରମଣର ଶିକାର ହେବାପରେ, ଦକ୍ଷିଣ ଆଫ୍ରିକା କ୍ରିକେଟରେ ମଧ୍ୟ 7 ଜଣ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି । ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ଆସୋସିଏସନ(CSA) ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଦକ୍ଷିଣ ଆଫ୍ରିକା ସରକାର ଦେଶରେ 3 ପର୍ଯ୍ୟାୟ ଲକଡାଉନ ଲାଗୁ କରିଛନ୍ତି । ତେବେ କ୍ରୀଡାକ୍ଷେତ୍ରରେ କେତେକ କଟକଣା କୋହଳ କରିଛନ୍ତି ।

ତେବେ ଦୀର୍ଘ ବିରତି ପରେ ଫେରିବା ପୂର୍ବରୁ ବୋର୍ଡ ପକ୍ଷରୁ ପ୍ରାୟ 100ଜଣଙ୍କର ସମୁହ କୋରୋନା ଭାଇରସ ଟେଷ୍ଟ କରାଯାଇଥିଲା । ଏଥିମଧ୍ୟରୁ 7ଜଣଙ୍କର ରିପୋର୍ଟ ପଜିଟିଭ ରହିଥିବା ଜଣାପଡିଛି । ସପୋର୍ଟ ଷ୍ଟାଫ, ଦେଶର ପେଷାଦାର ଚୁକ୍ତି ଅନର୍ଭୁକ୍ତ ଖେଳାଳି, ଫ୍ରାଞ୍ଚାଇଜ ଟ୍ରେନିଂ ସ୍ବାଡ୍ ଟେଷ୍ଟ ହୋଇତିବା 100ଜଣଙ୍କ ମଧ୍ୟରେ ରହିଛନ୍ତି ।

ଦକ୍ଷିଣ ଆଫ୍ରିକାର କାର୍ଯ୍ୟକାରୀ ସିଇଓ ଜାକସ ଫାଉଲ ଟେଷ୍ଟ କରାଯିବା ପରେ ପଜିଟିଭ ଚିହ୍ନଟ ହେବା,ଆଶ୍ଚର୍ଯ୍ୟକର ନୁହେଁ ବୋଲି ଏକ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି । ଏଥିସହିତ କ୍ରିକେଟ ଆମଭ ପୂର୍ବରୁ ଅଧିକ ଟେଷ୍ଟ ହେବାନେଇ ସେ ସଙ୍କେତ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.