ETV Bharat / sports

ଓସିଏର ମାଷ୍ଟରପ୍ଳାନ OCL; ବାରବାଟୀକୁ ଫେରିବ କ୍ରିକେଟ, ଉତ୍ସାହିତ ଖେଳାଳି

author img

By

Published : Dec 4, 2020, 8:19 PM IST

ଓଡିଶା କ୍ରିକେଟ ଆସୋସିଏସନରୁ ଆସିଛି ଏକ ଶୁଭ ଖବର । ବାରବାଟୀରେ ଖେଳାଯିବ ଓସିଏଲ ଅର୍ଥାତ ଓଡିଶା କ୍ରିକେଟ ଲିଗ । ଅଧିକ ପଢନ୍ତୁ...

Cricket may return to Barabati on december, OCA looking for OCL, waiting for sports dept. Permission
ଓ଼ସିଏର ମାଷ୍ଟରପ୍ଳାନ ଓସିଏଲ, ବାରବାଟୀକୁ ଫେରିବ କ୍ରିକେଟ

କଟକ: କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇ ସାରିଛି କ୍ରିକେଟ । ଏମିତିକି ଅନ୍ତର୍ଜାତୀୟ ସ୍ତରରେ ମ୍ୟାଚ ଆରମ୍ଭ ହୋଇଛି । ବିଶ୍ୱର ସବୁଠୁ ବିତ୍ତ ଶାଳୀ ଲିଗ ଆଇପିଏଲ ମଧ୍ୟ ଦୁବାଇରେ ସଫଳତାର ସହ ଶେଷ ହୋଇଛି ।

ଏହା ମଧ୍ୟରେ ଓଡିଶା କ୍ରିକେଟ ଆସୋସିଏସନରୁ ଆସିଛି ଏକ ଶୁଭ ଖବର । ବାରବାଟୀରେ ଖେଳାଯିବ ଓସିଏଲ ଅର୍ଥାତ ଓଡିଶା କ୍ରିକେଟ ଲିଗ । ଯାହା ଡିସେମ୍ବର 14 ରୁ ହେବା ନେଇ ଆଲୋଚନା ହେଉଛି । ଯେଉଁଥିରେ ରହିବେ 6 ଟି ଦଳ ଓ 84 ଖେଳାଳି । କିନ୍ତୁ ଦର୍ଶକ ଶୂନ୍ୟ ରହିବ ବାରବାଟୀ । ଦୀର୍ଘ ଦିନ ପରେ ବାରବାଟୀରେ ମ୍ୟାଚ ଖେଳାଯିବାକୁ ନେଇ କ୍ରିକେଟ ପ୍ରେମୀ ଉତ୍ସାହିତ ।

ଓପିଏଲ ପରେ ଏବେ ଓସିଏଲ । 2011 ଓ 13 ପରେ ଉଭାନ ହୋଇଥିଲା ଓପିଏଲ । ହେଲେ ତାହା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ପୁଣି ଓସିଏ ଆଣିଛି ନୂଆ ସଂସ୍କରଣ । ଯାହାର ଟାର୍ଗେଟ ରହିଛି ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି । ଯେଉଁମାନେ ଓସିଏଲରେ ଭଲ ପଦର୍ଶନ କରିବେ ସେ ଆଗାମୀ ଦିନରେ ହେବାକୁ ଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ହେବେ ଚୟନ ।

ଏହାଦ୍ୱାରା ଏକ ଶକ୍ତ ଓଡିଶା ଟିମ ଗଠନ କରି ପାରିବ ଓସିଏ । ତେବେ ଏହି ଲିଗ ଡିସେମ୍ଭର 14 ରୁ ହେବା ନେଇ ଜାରି ରହିଛି ଆଲୋଚନା । ହେଲେ ରାଜ୍ୟ କ୍ରୀଡା ବିଭାଗର ଗ୍ରୀନ ସିଗନଲ ପରେ ସବୁ କିଛି ସଫା ହୋଇଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଅନ୍ୟପଟେ ଏହି ଲିଗ ହେବା ଦ୍ୱାରା ଅନେକ ଖେଳାଳି ତାଙ୍କର ଦକ୍ଷତା ସମ୍ପର୍କରେ ଅବଗତ ହୋଇପାରିବେ । ଏହାଛଡା ଲଢ଼ିବା ପାଇଁ ଯେଉଁ ମନୋବଳ ଓ ପ୍ଲାନ ଆବଶ୍ୟକ, ତାହା ମଧ୍ୟ ଜଣେ ଖେଳାଳି ମନକୁ ଆସି ପାରିବ । ପୂର୍ବରୁ ଯେଉଁ ଓପିଏଲ ଖେଳାଯାଇଥିଲା ସେଥିରୁ ଅନେକ ଦକ୍ଷ ଖେଳାଳି ସମ୍ନାକୁ ଆସିଥିଲେ । ଯାହା ଆଜି ପର୍ଯ୍ୟନ୍ତ ରଣଜୀରେ ଓଡିଶା ପାଇଁ ଦେଖାଉଛନ୍ତି ଦକ୍ଷ ପଦର୍ଶନ ।

ଓପିଏଲରେ ଥିଲେ ଦର୍ଶକ । କିନ୍ତୁ ଓସିଏଲରେ ଦର୍ଶକଙ୍କୁ ଷ୍ଟାଡିୟମ ମନା । କାରଣ କୋଭିଡ ସ୍ଥିତି ବଳବତ୍ତର ରହିଥିବାରୁ ଏପରି ନିଷ୍ପତି ନେଇଛି ଓସିଏ । ତେବେ ଦେଖିବାକୁ ବାକି ରହିଲା ଏହି ଲିଗରୁ କେତେ ଖେଳାଳି ଓଡିଶା ସିନିୟର ଦଳରେ ସ୍ଥାନ ପାଉଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.