ETV Bharat / sports

ଏଭରଟନ ୱିକ୍ସଙ୍କ ଦେହାନ୍ତ, ଶୋକରେ କ୍ରିକେଟ ଜଗତ - ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର ଏଭରଟନ ୱିକ୍ସ

ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର ଏଭରଟନ ୱିକ୍ସଙ୍କ ମୃତ୍ୟୁରେ କ୍ରିକେଟ ଜଗତରେ ଶୋକର ଛାୟା । ଅଧିକ ପଢନ୍ତୁ...

Cricket fraternity mourns over demise of Everton Weekees
ଏଭରଟନ ୱିକ୍ସଙ୍କ ଦେହାନ୍ତ, କ୍ରିକେଟ ସମୁଦାୟରେ ଶୋକ
author img

By

Published : Jul 2, 2020, 5:47 PM IST

ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର ଏଭରଟନ ୱିକ୍ସଙ୍କ ମୃତ୍ୟୁରେ କ୍ରିକେଟ ଜଗତରେ ଶୋକର ଛାୟା । 95ବର୍ଷ ବୟସରେ କିମ୍ବଦନ୍ତୀ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ୱିକ୍ସ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଫ୍ରାଙ୍କ୍ ୱରଲ, କ୍ଳାଏଡ ୱାଲକଟଙ୍କ ସହ ୱିକ୍ସ 'Three Ws' ଭାବେ ପରିଚିତ ଥିଲେ ।

ୱେଷ୍ଟଇଣ୍ଡିଜର ପୂର୍ବତନ କ୍ୟାପଟେନ ଡାରେନ ସାମି ୱିକ୍ସଙ୍କ ମୃତ୍ୟୁରେ ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥିସହିତ ୱେଷ୍ଟଇଣ୍ଡିଜ କ୍ରିକେଟର ଗୌରବମୟ ଇତିହାସରେ ୱିକ୍ସ ପ୍ରମୁଖ ଅଂଶ ଥିଲେ ବୋଲି କହିଛନ୍ତି । ଟିମ ଇଣ୍ଡିଆ ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଟ୍ବିଟ ଯୋଗେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ, ଆତ୍ମାର ସଦଗତି କାମନା କରିଛନ୍ତି । ଏଥିସହିତ ପୂର୍ବତନ ଭାରତୀୟ କ୍ରିକେଟର ଅନିଲ କୁମ୍ବଲେ, ଭିଭିଏସ ଲକ୍ଷ୍ମଣ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।

1948ରେ ଇଂଲଣ୍ଡ ବିପକ୍ଷରେ ୱିକ୍ସ ମାତ୍ର 22ବର୍ଷ ବୟସରେ ୱେଷ୍ଟଇଣ୍ଡିଜ ପକ୍ଷରୁ ଡେବ୍ୟୁ କରିଥିଲେ । ଶେଷ ମ୍ୟାଚ ପାକିସ୍ତାନ ବିପକ୍ଷରେ ତ୍ରିନିଦାଦରେ ଖେଳିଥିଲେ । 1948ରେ 5ଟି କ୍ରମାଗତ ଶତକ ସହ ବିଶ୍ବରେକର୍ଡ କରିଥିଲେ ୱିକ୍ସ । 48ଟି ଟେଷ୍ଟରୁ 58.61 ହାରରେ 4,455 ରନ ସଂଗ୍ରହ କରିଛନ୍ତି । ଏଥିସହିତ ସମସ୍ତ ପ୍ରଥମ ଶ୍ରେଣୀ କ୍ରିକେଟରୁ 55.34 ହାରରେ 12,010 ରନ ତାଙ୍କ ନାମରେ ରହିଛି । 304 ୱିକ୍ସଙ୍କର ସର୍ବାଧିକ ବ୍ୟକ୍ତିଗତ ରନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.