ETV Bharat / sports

'ନିର୍ଦ୍ଧାରିତ ସମୟରେ ହେବ ଟି-20 ବିଶ୍ବକପ୍‌' - cricket latest news

ସିଏର ପ୍ରମୁଖ କେଭିନ ରୋବର୍ଟସ କହିଛନ୍ତି ଯେ, ଚଳିତବର୍ଷ ଅଷ୍ଟ୍ରେଲିଆରେ ଟି-20 ବିଶ୍ବକପ ନିର୍ଦ୍ଧାରିତ ସମୟରେ ହେବ ।

cricket australia
cricket australia
author img

By

Published : Mar 17, 2020, 9:57 PM IST

ମେଲବର୍ଣ୍ଣ: କୋରୋନା ଭାଇରାସର ପ୍ରକୋପ ସାରା ବିଶ୍ବରେ ଦେଖା ଦେଇଛି । ଏହି ସମୟରେ କ୍ରିକେଟ ଅଷ୍ଟ୍ରେଲିଆ(ସିଏ)ର ପ୍ରମୁଖ କେଭିନ ରୋବର୍ଟସ ଆଶା ବ୍ୟକ୍ତ କରିଛନ୍ତି ଚଳିତବର୍ଷ ନିର୍ଦ୍ଧାରିତ ସମୟରେ ଟି-20 ବିଶ୍ବକପ ଆୟୋଜିତ ହେବ ।

cricket australia
କ୍ରିକେଟ ଅଷ୍ଟ୍ରେଲିଆ(ସିଏ)

ରୋବର୍ଟସ କହିଛନ୍ତି ଯେ, ଆମକୁ ପୂରା ବିଶ୍ବାସ ସମସ୍ତ ଖେଳ ଇଭେଣ୍ଟ କିଛି ସପ୍ତାହ ପରେ କିମ୍ବା କିଛି ମାସ ପରେ ଆରମ୍ଭ ହୋଇଯିବ । ଆମମାନେ ବିଶେଷଜ୍ଞ ନୁହେଁ , ଆଶା କରୁଛୁ ଅକ୍ଟୋବର-ନଭେମ୍ବର ବେଳକୁ ଆମେ ସାମାନ୍ୟ ସ୍ଥିତିରେ ଫେରିଆସିଥିବୁ । ସେତେବେଳେ ଟି-20 ବିଶ୍ବକପ ଖେଳାଯିବ ।

ସୂଚନାଥାଉକି, ଅଷ୍ଟ୍ରେଲିଆ ଗତ ମାସରେ ମହିଳା ଟି-20 ବିଶ୍ବକପ ସଫଳତାପୂର୍ବକ ଆୟୋଜନ କରିଛି । ଏବେ କୋରୋନା ଭାଇରାସ କାରଣରୁ ଅଷ୍ଟ୍ରେଲିଆର ସମସ୍ତ କ୍ରିକେଟ ଇଭେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖାଯାଇଛି ।

ଆହୁରି ଅଷ୍ଟ୍ରେଲିଆର ଦ୍ରୁତ ବୋଲର କେନ ରିଚର୍ଡସନ କହିଛନ୍ତି ଯେ, ତାଙ୍କୁ ଓ ତାଙ୍କ ଦେଶର ଅନ୍ୟ ଖେଳାଳିଙ୍କୁ ଆଇପିଏଲର ଆଗାମୀ ଆଦେଶର ଅପେକ୍ଷାରେ ଅଛୁ ।

ଅଷ୍ଟ୍ରେଲିଆର 17ଖେଳାଳି ଆଇପିଏଲରେ ଅଂଶ ଗ୍ରହଣ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.