ନୂଆଦିଲ୍ଲୀ: କୋରୋନା ବିରୋଧରେ ଲଢେଇ ଜାରି ରହିଛି । ତେବେ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଲାଗୁ କରିଥିବା ସମସ୍ତ ନିୟମକୁ ପାଳନ କରିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ । ଏଥିସହିତ ସେହ୍ବାଗ କୋରୋନା ଲଢେଇରେ ପ୍ରତ୍ୟକ୍ଷ ଯୋଦ୍ଧା ସାଜି ଜରୁରୀ ସେବା ଯୋଗାଉଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।
-
Gratitude to all the Corona Warriors who have committed at offering themselves completely for the well being of others.
— Virender Sehwag (@virendersehwag) April 12, 2020 " class="align-text-top noRightClick twitterSection" data="
Please follow the directives from the state and central government sincerely and we shall overcome this soon. #StaySafe #SambhalJaao pic.twitter.com/Jmff7K1rl3
">Gratitude to all the Corona Warriors who have committed at offering themselves completely for the well being of others.
— Virender Sehwag (@virendersehwag) April 12, 2020
Please follow the directives from the state and central government sincerely and we shall overcome this soon. #StaySafe #SambhalJaao pic.twitter.com/Jmff7K1rl3Gratitude to all the Corona Warriors who have committed at offering themselves completely for the well being of others.
— Virender Sehwag (@virendersehwag) April 12, 2020
Please follow the directives from the state and central government sincerely and we shall overcome this soon. #StaySafe #SambhalJaao pic.twitter.com/Jmff7K1rl3
ଏନେଇ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଟିମ ଇଣ୍ଡିଆର ଏହି ପୂର୍ବତନ ଓପନର । ସେହ୍ବାଗ କହିଛନ୍ତି, "ଆପଣ ଭାବୁଥାଇ ପାରନ୍ତି, ଆମେ ବାହାରକୁ ଯାଇପାରୁନୁ, ପ୍ରାତଃଭ୍ରମଣରେ ବୁଲି ପାରୁନୁ, ରେଷ୍ଟୁରାଣ୍ଟ, ସପିଂମଲ ଯାଇପାରୁନୁ । ମାତ୍ର ଥରେ ଭାବନ୍ତୁ ତ, ନିଜ ଜୀବନକୁ ଖାତିର ନକରି କୋରୋନା ସଂକ୍ରମିତଙ୍କ ସେବା କରୁଥିବା ଡାକ୍ତର, ନର୍ସ ଓ ଆଇନଶୃଙ୍ଖଳା ବଜାୟ ପାଇଁ ପୋଲିସ କର୍ମଚାରୀଙ୍କ କଥା । ସେଥିପାଇଁ ସମସ୍ତଙ୍କୁ ଅନୁରୋଧ ସମସ୍ତେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ସମ୍ମାନର ସହ ପାଳନ କରନ୍ତୁ ।"
ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ 909 ନୂଆ ପଜିଟିଭ କେସ ଓ 34 ମୃତ୍ୟୁ ତଥ୍ୟ ସାମ୍ନାକୁ ଆସିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା 8000 ଟପିସାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ