ଲଣ୍ଡନ: ପାକିସ୍ତାନ ଟିମର ଇଂଲଣ୍ଡ ଗସ୍ତ ନେଇ ଆଶାବାଦୀ ରହିଛି ପାକିସ୍ତାନ କ୍ରିକେଟ ବୋର୍ଡ(PCB) । ଉଭୟ ଇସିବି ଓ ପିସିବି ମଧ୍ୟରେ ଏହି ଗସ୍ତ ନେଇ ଆଲୋଚନା ହୋଇଛି । ଫଳରେ ଏହି ଆଲୋଚନାର ଫଳାଫଳ ସକରାତ୍ମକ ରହିଥିବା ଜଣାପଡିଛି ।
ଉଭୟ ବୋର୍ଡ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳିବାକୁ ନିଷ୍ପତି ନେଇଥିବା କୁହାଯାଉଛି । ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ 3ଟିକିଆ ଟେଷ୍ଟ ସିରିଜ ଓ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳିବା ନେଇ ସୂଚୀ ରହିଛି ।