ETV Bharat / sports

କୋରୋନା ଭାଇରସ: ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର 50 ପ୍ରତିଶତ ଦରମା କାଟ - ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ

ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର ବଡ ଘୋଷଣା । 50 ପ୍ରତିଶତ ପର୍ଯ୍ୟନ୍ତ ସାମୟିକ ଦରମା ଓ ଫଣ୍ଡ କାଟ ଘୋଷଣା କରିଛି ବୋର୍ଡ ।

COVID-19 Impact: Cricket west Indies announces temporary salary and fund cuts
କୋରୋନା ଭାଇରସ: ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର 50ପ୍ରତିଶତ ଦରମା କାଟ
author img

By

Published : May 30, 2020, 2:36 PM IST

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର ବଡ ଘୋଷଣା । 50 ପ୍ରତିଶତ ପର୍ଯ୍ୟନ୍ତ ସାମୟିକ ଦରମା ଓ ଫଣ୍ଡ କାଟ ଘୋଷଣା କରିଛି ବୋର୍ଡ ।

ଏହି ନୂଆ ନିୟମ ଜୁଲାଇ ପହିଲାରୁ ଲାଗୁ ହେବ । ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର ଟେଲି କନ୍ଫରେନ୍ସିଂରେ ଜରିଆରେ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବୋର୍ଡର ଆର୍ଥିକ ପରିଚାଳନ କମିଟି ପକ୍ଷରୁ ବୋର୍ଡ ନିର୍ଦ୍ଦେଶକ ଦରମା କାଟ ପ୍ରସ୍ତାବ ଗ୍ରହଣ କରିଥିଲେ ।

ପରେ CWI ସଭାପତି ରିକି ସ୍କେରିଟ ଏନେଇ ଘୋଷଣା କରିଥିଲେ । ମହାମାରୀ କୋରୋନା ଭାଇରସ ଯୋଗୁଁ ମାର୍ଚ୍ଚରୁ ବିଶ୍ବରେ ସମସ୍ତ ପ୍ରକାର କ୍ରିକେଟ ଇଭେଣ୍ଟ ବନ୍ଦ ରହିଛି । ଅନ୍ୟପଟେ କେବେ ନୀୟମିତ ଭାବେ ଅନ୍ତର୍ଜାତୀୟ କ୍ରିକେଟ ଫେରିବ, ସେନେଇ ମଧ୍ୟ ଚିତ୍ର ସ୍ପଷ୍ଟ ହୋଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.