ଜୋହାନ୍ସବର୍ଗ: କୋରୋନା ସହାୟତା ପାଇଁ ଆଗେଇ ଆସିଛନ୍ତି ଦକ୍ଷିଣ ଆଫ୍ରିକାର ଭେଟେରାନ କ୍ରିକେଟର ହର୍ଶେଲ ଗିବ୍ସ । ଏନେଇ ପାଣ୍ଠି ଯୋଗାଡରେ ଲାଗିଛନ୍ତି ଗିବ୍ସ । ଅଷ୍ଟ୍ରେଲିଆ ବିପକ୍ଷରେ 175 ରନର ରେକର୍ଡ ସ୍ମରଣୀୟ ଇଂନିସ ଖେଳିଥିବା ବ୍ୟାଟ ନିଲାମ ପାଇଁ ସେ ଘୋଷଣା କରିଛନ୍ତି ।
ଦକ୍ଷିଣ ଆଫ୍ରିକାର 435ରନର ବିରାଟ ବିଜୟ ଲକ୍ଷ୍ୟକୁ ସଫଳତାର ସହ ହାସଲ, ଦିନିକିଆ କ୍ରିକେଟ ଇତିହାସର ସବୁଠୁ ସ୍ମରଣୀୟ ମ୍ୟାଚ ହୋଇରହିଛି । ଏହି ମ୍ୟାଚରେ ଐତିହାସିକ 175 ରନର ଅବିଶ୍ବସନୀୟ ଇଂନିସ ଖେଳିଥିଲେ ହର୍ଶେଲ ଗିବ୍ସ ।
ପୂର୍ବରୁ ମଧ୍ୟ ଏକାଧିକ କ୍ରିକେଟର ନିଜର କ୍ରିକେଟ କିଟ୍ ଓ ବ୍ୟାଟ ନିଲାମ କରିଛନ୍ତି । ପରେ ନିଲାମ ରାଶିକୁ ନିଜ ଦେଶର କୋରୋନା ମୁକାବିଲା ପାଣ୍ଠିକୁ ଦାନ କରିଛନ୍ତି । ଦକ୍ଷିଣ ଆଫ୍ରିକାର ଅନ୍ୟତମ ଷ୍ଟାର କ୍ରିକେଟର ଏବି ଡିଭିଲିୟର୍ସ ଓ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ନିଜର ଆଇପିଏଲ ଜର୍ସି ଓ ବ୍ୟାଟ ନିଲାମ ପାଇଁ ପୂର୍ବରୁ ଘୋଷଣା କରିଛନ୍ତି ।