ଲଣ୍ଡନ: ଇଂଲଣ୍ଡର 30 ଜଣିଆ ଟେଷ୍ଟ ଟିମ ସଦସ୍ୟଙ୍କର ମଙ୍ଗଳବାର ଦ୍ବିତୀୟ ଥର ପାଇଁ କୋଭିଡ-19 ଟେଷ୍ଟ କରାଯାଇଛି । ଏଜେସ ବାୱଲରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ଖେଳାଯିବ । ତେବେ ଷ୍ଟାଡିୟମ ପହଞ୍ଚି ଅଭ୍ୟାସ ଆରମ୍ଭ କରିବା ପୂର୍ବରୁ ସମସ୍ତ ସଦସ୍ୟଙ୍କର ଆଉଥରେ ଟେଷ୍ଟ କରାଯିବ । ଅଭ୍ୟାସ ଶିବିର ଗୁରୁବାର ଠାରୁ ଆରମ୍ଭ ହେଉଛି ।

ଇଂଲଣ୍ଡର ସମସ୍ତ 30 ଖେଳାଳିଙ୍କ ପ୍ରଥମ ପର୍ଯ୍ୟାୟ ଟେଷ୍ଟ ରିପୋର୍ଟ ନେଗେଟିଭ ରହିଥିଲା । ଏହାପରେ ଦ୍ବିତୀୟ ରାଉଣ୍ଡ ଟେଷ୍ଟ ପର୍ଯ୍ୟନ୍ତ ଖେଳାଳିମାନେ ଆଇସୋଲେସନରେ ରହିଥିଲେ । ଜୁଲାଇ 8ରୁ ସିରିଜର ପ୍ରଥମ ଟେଷ୍ଟ ଖେଳାଯିବା ନେଇ ସୂଚୀ ରହିଛି ।

ମହାମାରୀ କୋରୋନା ଭାଇରସ ଯୋଗୁଁ ଗତ ମାର୍ଚ୍ଚ ମାସରୁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ବନ୍ଦ ରହିଥିଲା । ତେବ ଏହି ସିରିଜରୁ କ୍ରିକେଟ ପୁନଃ ଆମ୍ଭ ହେବାକୁ ଯାଉଛି । ତେବେ ଏହି ସିରିଜର ସମସ୍ତ ମ୍ୟାଚ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବା ନେଇ ସ୍ଥିର ହୋଇଛି ।