ଆଣ୍ଟିଗୁଆ: ମହାମାରୀ କୋରୋନା ଭାଇରସର ପ୍ରଭାବ ବିଶ୍ବବ୍ୟାପୀ କମ ହୋଇନାହିଁ । ମାତ୍ର ବିନା ଦର୍ଶକରେ ଫୁଟବଲର ଆରମ୍ଭ ପରେ କ୍ରିକେଟ ଆରମ୍ଭ ଅପେକ୍ଷାରେ ରହିଛି ।
ଜୁଲାଇ ମାସରେ ଇଂଲଣ୍ଡ କ୍ରିକେଟ ଟିମର ୱେଷ୍ଟଇଣ୍ଡିଜ ଗସ୍ତ ରହିଛି । ଏହି ଟୁର ପାଇଁ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରାୟ 30 ଜଣିଆ ଟିମ ପ୍ରସ୍ତୁତ କରୁଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି । ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି କ୍ରିକେଟ ୱେଷ୍ଟଇଣ୍ଡିଜର ସିଇଓ ଜୋନି ଗ୍ରେଭ ।
ଏହି ସିରିଜରେ ଇଂଲଣ୍ଡ ବିପକ୍ଷରେ ୱେଷ୍ଟଇଣ୍ଡିଜ ଟିମ 3ଟିକିଆ ଟେଷ୍ଟ ମ୍ୟାଚ ଖେଳିବାନେଇ ସୂଚୀ ରହିଛି । ଅନ୍ୟପଟେ ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ମଧ୍ୟ ଏହି ଗସ୍ତକୁ ସଫଳ କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ୟୁକେ ସରକାରଙ୍କ ଅନୁମତିକୁ ବୋର୍ଡ ପକ୍ଷରୁ ଅପେକ୍ଷା କରାଯାଇଛି ।