ETV Bharat / sports

ଆଇପିଏଲ ଟିକେଟ ବିକ୍ରିକୁ ବ୍ୟାନ କଲେ ‘ମହା’ ସରକାର, ଜାଣନ୍ତୁ କାରଣ - Coronavirus

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ 2020 ଇଣ୍ଡିଆନ୍ ପ୍ରିମିୟର ଲିଗର ଓପନିଂ ମ୍ୟାଚ ପାଇଁ ମହାରାଷ୍ଟ୍ରରେ ଟିକେଟ୍ ବିକ୍ରିକୁ ଶିବସେନା ସରକାର ବ୍ୟାନ କରିଛନ୍ତି । ତେବେ କରୋନା ଭାଇରସ୍ ଭୟରେ ଏମିତି ନିଷ୍ପତି ନିଆଯାଇଥିବା ଜଣାପଡିଛି ।

coronavirus-hits-ipl-as-ticket-sales-for-opening-match-banned-by-maha-govt
ଆଇପିଏଲ ଟିକେଟ ବିକ୍ରିକୁ ବ୍ୟାନ କଲେ ‘ମହା’ ସରକାର, ଜାଣନ୍ତୁ କାରଣ
author img

By

Published : Mar 11, 2020, 11:40 PM IST

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ 2020 ଇଣ୍ଡିଆନ୍ ପ୍ରିମିୟର ଲିଗର ଓପନିଂ ମ୍ୟାଚ ପାଇଁ ମହାରାଷ୍ଟ୍ରରେ ଟିକେଟ୍ ବିକ୍ରିକୁ ଶିବସେନା ସରକାର ବ୍ୟାନ କରିଛନ୍ତି । ତେବେ କରୋନା ଭାଇରସ୍ ଭୟରେ ଏମିତି ନିଷ୍ପତି ନିଆଯାଇଥିବା ଜଣାପଡିଛି ।

coronavirus-hits-ipl-as-ticket-sales-for-opening-match-banned-by-maha-govt
ଆଇପିଏଲ ଟିକେଟ ବିକ୍ରିକୁ ବ୍ୟାନ କଲେ ‘ମହା’ ସରକାର, ଜାଣନ୍ତୁ କାରଣ

ଉଲ୍ଲେଖଥାଉ କି, ମାର୍ଚ୍ଚ 29ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଆଇପିଏଲର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ବୁଧବାର ମୁମ୍ବାଇରେ ଦୁଇ ଜଣ କୋରୋନା ଭାଇରସ ପଜିଟିଭ୍ ଚିହ୍ନଟ ହେବା ପରେ ମାୟା ନଗରୀରେ ହାଇ ଆଲର୍ଟ ଜାରି କରାଯାଇଛି । ତେବେ ପୁଣେରେ 5 ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ 7 ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ମ୍ୟାଚକୁ ସ୍ଥଗିତ ରଖିବାକୁ ମହାରାଷ୍ଟ୍ର ସରକାର ଚିନ୍ତା କରୁଥିବା ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ପୂର୍ବରୁ ସୂଚନା ଦେଇଥିଲେ । ସେ କହିଛନ୍ତି, “ସର୍ବଦା ଏକ ଜନଗହଳି ସ୍ଥାନରେ ଏହି ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ରହିଥାଏ । ତେବେ ଆଇପିଏଲ ପରେ ମଧ୍ୟ ଆୟୋଜିତ ହୋଇପାରିବ ।’’ ସେ ପୁଣି କହିଛନ୍ତି ଆଇପିଏଲ୍ ସ୍ଥଗିତ ରଖାଯିବ କି ନାହିଁ ତାହା ସରକାରଙ୍କ ଉପରେ ନିର୍ଭର କରୁଛି ଏବଂ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ମାତ୍ର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଆଇପିଏଲ୍ କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ । ଗାଙ୍ଗୁଲି କହିଛନ୍ତି, “ଆଇପିଏଲର ପ୍ରସ୍ତୁତି ଜୋରଦାର । ବିଶ୍ବର ସମସ୍ତ ସ୍ଥାନରେ ଟୁର୍ଣ୍ଣାମେଣ୍ଟ ଚାଲିଛି । ଇଂଲଣ୍ଡ ଶ୍ରୀଲଙ୍କା ଗସ୍ତରେ ଅଛି । ସେହିପରି ଦକ୍ଷିଣ ଆଫ୍ରିକା ମଧ୍ୟ ଭାରତ ଗସ୍ତରେ ରହିଛି । ତେଣୁ ଆଇପିଏଲ ପାଇଁ ଭାରତକୁ ବିଦେଶୀ ଖେଳାଳି ଆଗମନରେ କୌଣସି ସମସ୍ୟା ନାହିଁ ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.