ETV Bharat / sports

କୋରୋନା ପାଇଁ ସୀମିତ ହେବ ଆଇପିଏଲର ଖେଳସୂଚୀ: ଗାଙ୍ଗୁଲି - Ganguly

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ସ୍ଥିତିରେ ସୁଧାର ଆସିଲେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 13 ତମ ସଂସ୍କରଣ ଅନୁଷ୍ଠିତ ହେବ । ଆଉ ଏମିତି ହେଲେ ଆଇପିଏଲର ଖେଳସୂଚୀରେ ପରିବର୍ତ୍ତନ କରାଯିବ ।

corona-fears-limited-ipl-schedule-ganguly
କୋରୋନା ଭୟ ପାଇଁ ସୀମିତ ହେବ ଆଇପିଏଲର ଖେଳସୂଚୀ: ଗାଙ୍ଗୁଲି
author img

By

Published : Mar 14, 2020, 8:52 PM IST

ମୁମ୍ବାଇ: କୋରୋନା ଭାଇରସ ପାଇଁ ଶୁକ୍ରବାର ବିଶ୍ବର ବିତ୍ତଶାଳୀ ଲିଗକୁ ଏପ୍ରିଲ୍ 15 ପର୍ଯ୍ୟନ୍ତ ସ୍ଥଗିତ କରିଛି ବିସିସିଆଇ । ତେବେ ଆଇପିଏଲ ଅନୁଷ୍ଠିତ ହେଲେ ସେଥିରେ ବ୍ୟାପକ ପରିବର୍ତ୍ତନ ହୋଇପାରେ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଶନିବାର କହିଛନ୍ତି । ସେ କହିଛନ୍ତି, ସ୍ଥିତିରେ ସୁଧାର ଆସିଲେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 13 ତମ ସଂସ୍କରଣ ଅନୁଷ୍ଠିତ ହେବ । ଆଉ ଏମିତି ହେଲେ ଆଇପିଏଲର ଖେଳସୂଚୀରେ ପରିବର୍ତ୍ତନ କରାଯିବ ।

ଉଲ୍ଲେଖଥାଉ କି, ଶନିବାର ବିସିସିଆଇର କାର୍ଯ୍ୟାଳୟରେ ବିସିଥିଲା ଆଇପିଏଲ ପରିଚାଳନା ପରିଷଦ ବୈଠକ । ଏଥିରେ ସମସ୍ତ 8 ଫ୍ରାଞ୍ଚାଇଜ୍‌ର ଅଧିକାରୀମାନେ ଯୋଗ ଦେଇଥିବା ବେଳେ ଆଇପିଏଲର ଆଗାମୀ ଗତିବିଧି ନେଇ ଆଲୋଚନା ହୋଇଥିବା ସୂଚନା ରହିଛି । ତେବେ ବୈଠକ ପରେ ଗାଙ୍ଗୁଲି କହିଛନ୍ତି, ଆମେ ପରିସ୍ଥିତି ଉପରେ ନଜର ରଖିଛୁ ଏବଂ ଏହାକୁ ପ୍ରତି ସପ୍ତାହରେ ପୁନ ମୂଲ୍ୟାଙ୍କନ କରାଯିବ । ଆମେ ଆଇପିଏଲ୍ ଆୟୋଜନ କରିବାକୁ ଚାହୁଁଛୁ, ଲୋକଙ୍କ ସୁରକ୍ଷାକୁ ନେଇ ମଧ୍ୟ ଆମେ ଚିନ୍ତିତ ଅଛୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.