ETV Bharat / sports

ବିସିସିଆଇ ଜେନେରାଲ ମ୍ୟାନେଜର ପଦରୁ ସାବା କରିମଙ୍କ ଇସ୍ତଫା - ମହାମାରୀ କୋରୋନା ଭାଇରସ

ବିସିସିଆଇର କ୍ରିକେଟ ପରିଚାଳନା ଜେନେରାଲ ମ୍ୟାନେଜର ପଦରୁ ସାବା କରିମଙ୍କ ଇସ୍ତଫା । ତେବେ ଏନେଇ ଖୁବଶ୍ରୀଘ୍ର ଆନୁଷ୍ଠାନିକ ଭାବେ ଘୋଷଣା ହେବାର ସମ୍ଭାବନା ରହିଛି ।

Cornered Saba Karim quits as BCCI General Manager
ବିସିସିଆଇ ଜେନେରାଲ ମ୍ୟାନେଜର ପଦରୁ ସାବା କରିମଙ୍କ ଇସ୍ତଫା
author img

By

Published : Jul 19, 2020, 11:30 AM IST

ମୁମ୍ବାଇ: ବିସିସିଆଇର କ୍ରିକେଟ ପରିଚାଳନା ଜେନେରାଲ ମ୍ୟାନେଜର ପଦରୁ ସାବା କରିମଙ୍କ ଇସ୍ତଫା । ତେବେ ଏନେଇ ଖୁବଶୀଘ୍ର ଆନୁଷ୍ଠାନିକ ଭାବେ ଘୋଷଣା ହେବାର ସମ୍ଭାବନା ରହିଛି ।

2017 ଡିସେମ୍ବରରେ କରିମ ବିସିସିଆଇରେ ଯୋଗ ଦେଇଥିଲେ । ପୂର୍ବତନ ସିଇଓ ରାହୁଲ ଜୋହରୀଙ୍କ ତତ୍ବାବଧାନରେ ସେ କାର୍ଯ୍ୟ କରୁଥିଲେ । ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଜୋହରୀ ଇମେଲ ଯୋଗେଁ ଇସ୍ତଫା ପତ୍ର ପଠାଇବାର ଗୋଟିଏେ ସପ୍ତାହ ପରେ କରିମ ମଧ୍ୟ ଇସ୍ତଫା ଛାଡିଛନ୍ତି ।

ତେବେ ସାବା କରିମଙ୍କ ପଦ ଛାଡିବାକୁ ନେଇ ବିସିସିଆଇ ଅଧିକାରୀ ନିରବତା ଅବଲମ୍ବନ କରିଛନ୍ତି । ଏମିତିକି ବିଦାୟ ବେଳେ ପଦଟିଏ ମୁହଁ ଖୋଲି ନାହାନ୍ତି । ଅନ୍ୟପଟେ ପରବର୍ତ୍ତୀ ଜେନେରାଲ ମ୍ୟାନେଜର ପଦ କାହାକୁ ମିଳିବ, ଏଯାବତ ସ୍ପଷ୍ଟ ହୋଇନାହିଁ ।

କରିମ ଘରୋଇ ସିଜିନର ସୂଚୀ ଓ କ୍ରିକେଟ ପରିଚାଳନା ନେଇ ସମସ୍ତ ଦାୟିତ୍ବ ନିଭେଇଥାନ୍ତି । ମାତ୍ର ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଚଳିତ ବର୍ଷର ଘରୋଇ କ୍ରିକେଟ ସୂଚୀ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି । ଡିସେମ୍ବରରେ ଘରୋଇ ସିଜିନ ଆରମ୍ଭ ନେଇ ବିସିସିଆଇ ବିଚାର କରୁଥିବା ଚର୍ଚ୍ଚା ହେଉଛି ।

ଜୁଲାଇ 17ରେ ହୋଇଥିବା ବୋର୍ଡର ଆପେକ୍ସ କାଉନସିଲ ବୈଠକରେ ଡିସେମ୍ବର ପର୍ଯ୍ୟନ୍ତ, ଘରୋଇ କ୍ରିକେଟକୁ ସ୍ଥଗିତ ରଖାଯାଇଛି । ରଣଜୀ ଟ୍ରଫି ସମେତ କୌଣସି ପ୍ରଥମ ଶ୍ରେଣୀ ଟୁର୍ଣ୍ଣାମେଣ୍ଟ ଡିସେମ୍ବର ପୂର୍ବରୁ ଆରମ୍ଭ ହେବନାହିଁ ବୋଲି ନିଷ୍ପତି ନିଆଯାଇଛି । ଏଥିସହିତ ଦୁଲ୍ଲିପ ଟ୍ରଫି, ଦେଓଧର ଟ୍ରଫି ଓ ଚ୍ୟାଲେଞ୍ଜର୍ସ ସିରିଜ ପ୍ରଭାବିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.