ETV Bharat / sports

ସେପ୍ଟେମ୍ବରରେ ଶେଷ ହେବ ବାସନ୍ଦାଦେଶ, କ୍ରିକେଟକୁ କମବ୍ୟାକ କରିବେ ଶ୍ରୀସନ୍ଥ - Sreesanth set to Play

କ୍ରିକେଟକୁ କମବ୍ୟାକ କରିବେ ବିବାଦୀୟ ବୋଲର ଏସ. ଶ୍ରୀସନ୍ଥ । କେରଳ କ୍ରିକେଟ ଆସୋସିଏସନ(KCA) 37 ବର୍ଷୀୟ ଶ୍ରୀସନ୍ଥଙ୍କୁ ରାଜ୍ୟ ରଣଜୀ କ୍ରିକେଟ ଟିମରେ ଶୁକ୍ରବାର ସାମିଲ କରିଛି ।

Controversial pacer Sreesanth set to Play for Kerala Ranji Team
ସେପ୍ଟେମ୍ବରରେ ଶେଷ ହେବ ବାସନ୍ଦାଦେଶ, କ୍ରିକେଟକୁ କମବ୍ୟାକ କରିବେ ଶ୍ରୀସାନ୍ତ
author img

By

Published : Jun 18, 2020, 2:45 PM IST

Updated : Jun 18, 2020, 6:00 PM IST

କୋଚୀ: କ୍ରିକେଟକୁ କମବ୍ୟାକ କରିବେ ବିବାଦୀୟ ବୋଲର ଏସ. ଶ୍ରୀସନ୍ଥ । କେରଳ କ୍ରିକେଟ ଆସୋସିଏସନ(KCA) 37 ବର୍ଷୀୟ ଶ୍ରୀସାନ୍ତଙ୍କୁ ରାଜ୍ୟ ରଣଜୀ କ୍ରିକେଟ ଟିମରେ ଶୁକ୍ରବାର ସାମିଲ କରିଛି । ସେପ୍ଟେମ୍ବରରେ ଶ୍ରୀସନ୍ଥଙ୍କ ବାସନ୍ଦାଦେଶ ଶେଷ ହେବାପରେ, ପୁଣି କ୍ରିକେଟ ମଇଦାନରେ ଦମ ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ଶ୍ରୀସନ୍ଥ ।

ବର୍ଷ 2013ରେ ସ୍ପଷ୍ଟ ଫିକ୍ସିଂ ମାମଲାରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ ଖେଳୁଥିବା ଶ୍ରୀସନ୍ଥ , ସାଥି କ୍ରିକେଟର ଅଜିତ ଚନ୍ଦିଲା ଓ ଅଙ୍କିତ ଚବନଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ଏହାପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କେରଳ ପେସର ଶ୍ରୀସନ୍ଥଙ୍କୁ କ୍ରିକେଟରୁ ଆଜୀବନ ବାସନ୍ଦ କରିଥିଲା ।

ତେବେ ଶ୍ରୀସନ୍ଥ କ୍ରିକେଟକୁ ଫେରିବା ଆଶା ଛାଡିନଥିଲେ । ବିସିସିଆଇ ସହ କୋର୍ଟରେ ଆଇନ ଲଢେଇ ଲଢିଥିଲେ । ଏହାପରେ 2015ରେ ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ । ପରେ କେରଳ ହାଇକୋର୍ଟ 2018ରେ ଆଜୀବନ ବାସନ୍ଦାଦେଶକୁ କମ କରିଥିଲେ । ଏହାପରେ 2019ରେ ସୁପ୍ରିମ କୋର୍ଟ ବାସନ୍ଦାଦେଶ କମ କରିବାକୁ ବିସିସିଆଇକୁ ନିର୍ଦ୍ଦେଶ ଦେଇଥିଲା । ପରେ ବିସିସିଆଇ ପକ୍ଷରୁ ବାସନ୍ଦାଦେଶକୁ 7ବର୍ଷ କରାଯାଇଥିଲା । ତେବେ ଏହି ବାସନ୍ଦାଦେଶ ଆଗାମୀ ସେପ୍ଟେମ୍ବର ମାସରେ ଶେଷ ହେଉଛି ।

ବାସନ୍ଦାଦେଶ ଭୋଗିବା ପୂର୍ବରୁ ଶ୍ରୀସନ୍ଥ ଟିମ ଇଣ୍ଡିଆର ଏକଦା ପ୍ରମୁଖ ବୋଲର ରହିଛନ୍ତି । 27ଟି ଟେଷ୍ଟରୁ 87 ୱିକେଟ ଓ ଦିନିକିଆରେ 75 ୱିକେଟ ଅକ୍ତିଆର କରିଛନ୍ତି । 2011 ଦିନିକିଆ ବିଶ୍ବକପ ବିଜୟୀ ଭାରତୀୟ ଦଳର ସଦସ୍ୟ ମଧ୍ୟ ରହିଛନ୍ତି । କେରଳ କ୍ରିକେଟ ଆସୋସିଏସନ ରଣଜୀ ଟିମରେ ସାମିଲ କରିବା ପରେ, ଶ୍ରୀସନ୍ଥ କେସିଏ ବୋର୍ଡକୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ମ୍ୟାଚ ଫିଟନେସ ଠିକ କରିବା ସହ, ପୁନର୍ବାର ନିଜକୁ ପ୍ରମାଣିତ କରିବାକୁ ସମସ୍ତ ପ୍ରୟାସ କରିବେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 18, 2020, 6:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.