ETV Bharat / sports

ବିସିସିଆଇ ସମ୍ପାଦକ ଜୟ ଶାହ ଏସିସି ସଭାପତି, ନାଖୁସ ରାହୁଲ !

ବିସିସିଆଇ ସମ୍ପାଦକ ଜୟ ଶାହ ସର୍ବସମ୍ମତିରେ ନିର୍ଦ୍ବନ୍ଦ୍ବରେ ଏସିଆନ କ୍ରିକେଟ କାଉନସିଲ(ACC)ର ନୂଆ ସଭାପତି ହୋଇଛନ୍ତି । ଅଧିକ ପଢନ୍ତୁ...

Congress leader Rahul Gandhi takes dig at BCCI sec. jay shah as he takesover ACC President
ବିସିସିଆଇ ସମ୍ପାଦକ ଜୟ ଶାହ ଏସିସି ସଭାପତି, ରାହୁଲ ନାଖୁସ୍‌ !
author img

By

Published : Jan 31, 2021, 7:34 PM IST

ନୂଆଦିଲ୍ଲୀ: ବିସିସିଆଇ ସମ୍ପାଦକ ଜୟ ଶାହ ସର୍ବସମ୍ମତିରେ ନିର୍ଦ୍ବନ୍ଦ୍ବରେ ଏସିଆନ କ୍ରିକେଟ କାଉନସିଲ(ACC)ର ନୂଆ ସଭାପତି ହୋଇଛନ୍ତି । ଶନିବାର ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏସିସିର ବାର୍ଷିକ ସାଧାରଣ ବୈଠକ(ଏଜିଏମ)ରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ମାତ୍ର 32 ବର୍ଷରେ ଜଣେ ଯୁବ ଦକ୍ଷ କ୍ରୀଡା ପ୍ରକାଶକ ଭାବେ ଜୁନିୟର ଶାହ ଏସିଆନ ଦେଶ ଗୁଡିକର କ୍ରିକେଟ ପରିଚାଳନା ବୋର୍ଡର ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳିବେ । ପୂର୍ବରୁ ଏସିସିର ସଭାପତି ଥିବା ବାଂଲାଦେଶ କ୍ରିକେଟ ବୋର୍ଡ(BCB) ମୁଖ୍ୟ ନଜମୁଲ ହସନ ପାପନଙ୍କ ସ୍ଥାନ ନେବେ ଜୟ ଶାହା ।

ଜଣେ ଭାରତୀୟ ଏସିଆନ ଦେଶ ଗୁଡିକର କ୍ରିକେଟ ବୋର୍ଡ ମୁଖ୍ୟ ହେବା ଗୌରବର ବିଷୟ । ଏହାକୁ ନେଇ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମଲଙ୍କଠୁ ନେଇ ଅଗଣିତ ଭାରତୀୟ କ୍ରିକେଟପ୍ରେମୀ ଖୁସିବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପକ୍ଷରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ରବିବାର ରାହୁଲ, ଏକ ଟ୍ବିଟ କରିଛନ୍ତି, ଯେଉଁଥିରେ ବିସିସିଆଇ ସମ୍ପାଦକ ଜୟ ଶାହ ଏସିସି ସଭାପତି ହେବାର ଖବରଛପା ହୋଇଥିବା ଦେଶର ଏକ ପ୍ରତିଷ୍ଠିତ ଖବରକାଗଜର ଅଂଶ ରହିଛି ।

ରାହୁଲଙ୍କୁ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଉପଭୋଗ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଜଣେ ଭାରତୀୟ, ଏସିସିର ସଭାପତି ହେବାପରେ ଦେଶର ଜଣେ ରାଜନେତା ତଥା ଜଣେ କ୍ରିକେଟ ପ୍ରେମୀ ଭାବେ ରାହୁଲ ଖୁସିବ୍ୟକ୍ତ ନକରି, ନିଜର ଚିରାଚରିତ ଢଙ୍ଗରେ କଟାକ୍ଷ କରିବା ଅନେକଙ୍କୁ ବିସ୍ମିତ କରିଛି । ରାହୁଲ ଟ୍ବିଟରେ ଲେଖିଛନ୍ତି, "ମେରିଟୋକ୍ରାସି ବିଜେପି ଷ୍ଟାଇଲ" ।

ମେରିଟୋକ୍ରାସିର ଅର୍ଥ ହେଉଛି, ଜଣେ ଶାସକ ତାଙ୍କର ଶାସନ ଦକ୍ଷତା ଅନୁଯାୟୀ ପଦରେ ଚୟନ ହେବା ଉଚିତ, ନିଜର ଧନ, ପ୍ରଭାବଶାଳୀ କିମ୍ବା ଜନ୍ମଗତ ଦୃଷ୍ଟିରୁ ନୁହେଁ । ମାତ୍ର ଟ୍ବିଟରେ ଏହା କହି ଅଜାଣତରେ ନିଜକୁ କଟାକ୍ଷ କରିଛନ୍ତି ରାହୁଲ । କାରଣ ଅନେକ ସମୟରେ ପରିବାରବାଦର ଆରୋପ ତାଙ୍କ ଉପରେ ଲାଗିଆସିଛି । କଂଗ୍ରେସ ନେତାଙ୍କ ଏହି ଟ୍ବିଟର ଉତ୍ତରରେ ଦେଶର ଅନେକ କ୍ରିକେଟପ୍ରେମୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.