ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ସହାୟତା କରିବ ଭାରତୀୟ କ୍ରିକେଟର୍ସ ଆସୋସିଏସନ(ICA) । ପ୍ରାୟ 25 ରୁ 30 ଜଣ କ୍ରିକେଟରଙ୍କୁ ଆର୍ଥିକ ସହାୟତା ଯୋଗାଇବ ଆଇସିଏ । କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁ ସମସ୍ତ ପ୍ରକାର କ୍ରିକେଟ ଇଭେଣ୍ଟ ବନ୍ଦ ରହିଛି । ଏପରି ସ୍ଥିତିରେ ଏହି ପୂର୍ବତନ କ୍ରିକେଟରଙ୍କ ଆୟର କୌଣସି ବିକଳ୍ପ ନାହିଁ । ଏହି ପୂର୍ବତନ ଖେଳାଳି କ୍ରିକେଟରୁ କୌଣସି ରୋଜଗାର କିମ୍ବା ବିସିସିଆଇରୁ ମଧ୍ୟ ପେନସନ ପ୍ରାପ୍ତ ଖେଳାଳି ନୁହଁନ୍ତି ।
ବିନା କୌଣସି ଚାକିରୀ କିମ୍ବା ପେନସନ ଉପଭୋକ୍ତା ନଥିବା ଓ ବୟସ 60ରୁ ଉର୍ଦ୍ଧ୍ବ ହୋଇଥିବା ପ୍ରାୟ 25-30 ଜଣ ଖେଳାଳିଙ୍କୁ ଏପରି କଠିନ ସମୟରେ ସହାୟତା କରିବ ଆଇସିଏ । ତେବେ ସେମାନେ ଅତୀତରେ ଅତିକମରେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ଆବଶ୍ୟକ । ଏହା କହିଛନ୍ତି ଆଇସିଏ ମୁଖ୍ୟ ଅଜିତ ମାଲହୋତ୍ରା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ