ନୂଆଦିଲ୍ଲୀ: ଭାରତୀୟ ଦଳରେ ସବୁ କିଛି ଠିକ୍ ଅଛି । ଦଳର ଅଧିନାୟକ ଓ ଉପଅଧିନାୟକଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ହୋଇ ନାହିଁ । ଯାହା ସବୁ ଖବର ଘୂରି ବୁଲୁଛି । ତାହା କେବଳ ଏକ ପ୍ରାୟୋଜିତ । ଯାହାକୁ ଆପଣ ତିଆରି କରୁଛନ୍ତି । ଦଳ ମଧ୍ୟରେ ଥିବା ଫାଟକୁ ନେଇ ଏମିତି ଉତ୍ତର ରଖିଛନ୍ତି ସିଇଓ କମିଟି ଅଧକ୍ଷ୍ୟ ବିନୋଦ ରାୟ ।
ତେବେ ସୋସିଆଲ ମିଡିଆରେ ଜଣେ ଜଣଙ୍କୁ ଅନ ଫଲୋ କରିବା, ରୋହିତ୍ ଲଣ୍ଡନରୁ ଏକାକି ଫେରିବା ଦୁଇ ଭାରତୀୟ ଶକ୍ତିଙ୍କ ମଧ୍ୟରେ ଫାଟ ଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ମାତ୍ର ଏହି କଥାକୁ ଭିତ୍ତିହୀନ କହିଛନ୍ତି ବିନୋଦ ରାୟ । ସେ କହିଛନ୍ତି, ଅଧିନାୟକ ପଦ ଭାଗ ହେବା ଓ ଦୁଇ ଖେଳାଳିଙ୍କ ମଧ୍ୟରେ ନ ପଡିବା କଥା ସବୁ ମିଛ । ଏପରି କିଛି ହୋଇ ନାହିଁ । ଏହି ସବୁ ଖବର କେବଳ ଗଣମାଧ୍ୟମର ପ୍ରାୟୋଜିତ ଖବର।