ETV Bharat / sports

ସମସ୍ତଙ୍କ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ଲଗାଇଲେ 'ୟୁନିଭର୍ସ ବସ୍‌'

author img

By

Published : Aug 15, 2019, 3:19 PM IST

ପୋର୍ଟ ଅଫ ସ୍ପେନ ଗ୍ରାଉଣ୍ଡରେ କ୍ରିସ ଗେଲଙ୍କ ଅର୍ଦ୍ଧଶତକ ପାଳି ପରେ ଷ୍ଟାଡିୟମରେ ଥିବା ସମସ୍ତ ଦର୍ଶକ ଭାବି ଦେଇଥିଲେ ଏହା ଗେଲଙ୍କ ଅନ୍ତିମ ଦିନିକିଆ ମ୍ୟାଚ । ତେବେ ଏହି ଆଶଙ୍କାକୁ ଖୋଦ୍‌ ଦୂର କରିଛନ୍ତି ୟୁନିଭର୍ସ ବସ୍‌ ।

ଡିଜାଇନ ଫଟୋ

ପୋର୍ଟ ଅଫ ସ୍ପେନ: କାରବିୟାନ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଗତକାଲି ମ୍ୟାଚ ପରେ ଦିନିକିଆ କ୍ରିକେଟ କ୍ୟାରିୟରରୁ ଅବସର ନେବେ ବୋଲି ସମସ୍ତେ ଆଶଙ୍କା କରୁଥିଲେ । ତେବେ ଏହି ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡିଛି ।

ମ୍ୟାଚ ପରେ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା କି, ଆପଣ ଦିନିକିଆ କ୍ରିକେଟ ଫର୍ମାଟରୁ ସନ୍ୟାସ ନେଲେ କି? ଏହି ପ୍ରଶ୍ନର ଉତ୍ତର ଦେଇ ଗେଲ କହିଛନ୍ତି ଯେ, ନାଁ ମୁଁ ଏବେ ସନ୍ୟାସ ନେଇ ନାହିଁ । ମୁଁ ଏବେ ବି ଇଣ୍ଡିଜ କ୍ରିକେଟ ଦଳ ସହ ଅଛି ଯେ ପର୍ଯ୍ୟନ୍ତ କୌଣସି ନୋଟିସ ଆସି ନାହିଁ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ@windiescricket

ସୂଚନାଥାଉକି, ଇଣ୍ଡିଆ-ଇଣ୍ଡିଜର ଦିନିକିଆ ସିରିଜର ଅନ୍ତିମ ମ୍ୟାଚ କ୍ରିସ ଗେଲଙ୍କ 301ତମ ମ୍ୟାଚ ଥିଲା । ସେ ମ୍ୟାଚରେ ସେ 301 ନଂ ଲେଖାଥିବା ଜର୍ସି ପିନ୍ଧି ଗ୍ରାଉଣ୍ଡକୁ ଆସିଥିଲେ । ତେବେ ଏହି ମ୍ୟାଚରେ କ୍ରିସ ଗେଲ 41ବଲ୍‌ରେ 72ରନ ହାସଲ କରି ଖଲିଲ୍‌ଙ୍କ ବଲ୍‌ରେ କ୍ୟାଚ ଆଉଟ୍‌ ହୋଇଥିଲେ । ଏହାପରେ ସେ ଭାରତୀୟ ଖେଳାଳୀଙ୍କ ସହ ହାତ ମିଳାଇଥିଲେ । ଏଥିସହ ବ୍ୟାଟ ଉପରେ ହେଲମେଟ୍‌ ରଖି ଉପରକୁ ହାତ ଟେକିଥିଲେ । ଏପରି ଦୃଶ୍ୟ ଦେଖି ଗ୍ରାଉଣ୍ଡରେ ଥିବା ସମସ୍ତ ଦର୍ଶକ ଭାବି ଦେଇଥିଲେ ଏହା ଗେଲ୍‌ଙ୍କ ଅନ୍ତିମ ମ୍ୟାଚ । ତେଣୁ ଗେଲ୍‌ ପ୍ୟାଭିଲିୟନକୁ ଫେରିବାବେଳେ ଦର୍ଶକମାନେ ଛିଡା ହୋଇ ଗେଲ୍‌ଙ୍କୁ ସ୍ବାଗତ କରିଥିଲେ ।

ସୂଚନାଥାଉକି, କ୍ରିସ ଗେଲ 301 ଦିନିକିଆ ମ୍ୟାଚରେ 10ହଜାର480ରନ୍‌ ହାସଲ କରିଛନ୍ତି । ଦେଶ ପାଇଁ ସର୍ବାଧିକ ରନ ହାସଲ କରିଥିବା ଖେଳାଳୀ ମଧ୍ୟ ହୋଇ ଯାଇଛନ୍ତି ଗେଲ୍‌ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.