ETV Bharat / sports

ଚେନ୍ନାଇ ଟେଷ୍ଟ: 4 ବର୍ଷ ପରେ ଘରୋଇ ମାଟିରେ ହାରିଲା ଭାରତ

author img

By

Published : Feb 9, 2021, 3:36 PM IST

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଠାରୁ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ । ଭ୍ରମଣକାରୀ ଦଳ 227ରନ୍‌ରେ ଭାରତୀୟ ଦଳକୁ ହରାଇଛି ।

ଚେନ୍ନାଇ ପ୍ରଥମ ଟେଷ୍ଟ: 4ବର୍ଷ ପରେ ଘରୋଇ ମାଟିରେ ହାରିଲା ଭାରତ, ଇଂଲଣ୍ଡ 227ରନ୍‌ରେ ଦେଲା ମାତ୍‌

ଚେନ୍ନାଇ: ଭାରତ- ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଠାରୁ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ । ଭ୍ରମଣକାରୀ ଦଳ 227ରନ୍‌ରେ ଭାରତୀୟ ଦଳକୁ ହରାଇ 4ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 1-0ରେ ଆଗୁଆ ରହିଛି ।

ମ୍ୟାଚର ଅନ୍ତିମ ଦିନର ବିରାଟବାହିନୀ ବିଜୟ ପାଇଁ ସଂଘର୍ଷ ଜାରି ରଖିଥିଲା । ଭାରତ ଲଞ୍ଚ ବ୍ରେକ୍‌ ସୁଦ୍ଧା 6 ଓ୍ବିକେଟ ହରାଇ ସାରିଥିଲା । ବିରାଟ(45) ଓ ଆର ଅଶ୍ବିନ(2) କ୍ରିଜରେ ରହିଥିଲେ । କିନ୍ତୁ ବିରାଟ 72ରନ୍‌ କରି ଆଉଟ୍‌ ହେବାପରେ ମ୍ୟାଚ ଇଂଲଣ୍ଡ ପକ୍ଷରେ ହୋଇ ସାରିଥିଲା । ଭାରତୀୟ ଦଳ 192ରେ ଅଲ୍‌ଆଉଟ୍‌ ହୋଇ 4ବର୍ଷ ପରେ ଘରୋଇ ମାଟିରେ ଟେଷ୍ଟ ମ୍ୟାଚରେ ପରାସ୍ତ ହୋଇଛି ।

ଦଳପକ୍ଷରୁ କୋହଲି ସର୍ବାଧିକ 72ରନ୍‌ କରିଛନ୍ତି । ଏହାପୂର୍ବରୁ ଟିମ ଇଣ୍ଡିଆ 2017ରେ ପୁନେ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଦଳ ଠାରୁ ପରାସ୍ତ ହୋଇଥିଲା ।

ଇଂଲଣ୍ଡ ଦଳ ଭାରତକୁ ଜିତିବା ପାଇଁ 420ରନ୍‌ର ବିଶାଳ ଲକ୍ଷ୍ୟ ଦେଇଥିଲା । ତେବେ ପ୍ରଥମ ଟେଷ୍ଟର ଅନ୍ତିମ ଦିନରେ ଭାରତକୁ 381ରନ୍‌ ସଂଗ୍ରହ କରିବାକୁ ଥିଲା ।

ସୂଚନାଥାଉକି, ପ୍ରଥମ ଇଂନିସରେ ଜୋ ରୁଟ୍‌ଙ୍କ ଦ୍ବିଶତକ ବଳରେ 578 ରନର ବିଶାଳ ସ୍କୋର କରିଥିଲା ଭ୍ରମଣକାରୀ ଦଳ । ଜବାବରେ ଭାରତ 337 ରନରେ ସମସ୍ତ ୱିକେଟ ହରାଇଥିଲା । ତେବେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ବିନ ପୁଣି ଭାରତ ପାଇଁ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି । ନିଜର ସ୍ପିନ ଜାଲରେ ଫସାଇ ଅଶ୍ବିନ ଦ୍ବିତୀୟ ଇଂନିସରେ 6 ଜଣ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇ ଦେଇଥିଲେ । ଫଳରେ ମାତ୍ର 178 ରନରେ ଇଂଲଣ୍ଡର ଦ୍ବିତୀୟ ଇଂନିସ ସମାପ୍ତ ହୋଇଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.