ନୂଆଦିଲ୍ଲୀ: ଆଇପିଏଲ 2020 ୟୁଏଇରେ ଆୟୋଜନ ହେବାନେଇ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ରହିଛି । ତେବେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ଟି-20 ବିଶ୍ବକପ ନିଷ୍ପତ୍ତିକୁ ବିସିସିଆଇ ଅପେକ୍ଷା କରିଛି । ମାତ୍ର ୟୁଏଇରେ ଆଇପିଏଲ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଆଇପିଏଲ ଫ୍ରାଞ୍ଚାଇଜ ।
![Chartered planes, hotel selection: IPL franchises begin preparations for UAE](https://etvbharatimages.akamaized.net/etvbharat/prod-images/jpg_1507newsroom_1594832522_428.jpg)
![Chartered planes, hotel selection: IPL franchises begin preparations for UAE](https://etvbharatimages.akamaized.net/etvbharat/prod-images/uae-ipl_1807newsroom_1595058689_338.jpg)
ଏକ ଫ୍ରାଞ୍ଚାଇଜ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଇପିଏଲର 13ତମ ସଂସ୍କରଣ ପାଇଁ, ଆବୁଧାବିରେ ଖେଳାଳି ରହିବା ହୋଟେଲ ଓ ସୁରକ୍ଷିତ ଅଭ୍ୟାସ ନେଇ ପ୍ରସ୍ତୁତ ଆରମ୍ଭ ହୋଇସାରିଛି । ଯାତ୍ରା ପାଇଁ ଚାଟାର୍ଡ ବିମାନ, ହୋଟେଲ, ଦେଶର ସ୍ବାସ୍ଥ୍ୟ ଗାଇଡଲାଇନ ଅନୁଯାୟୀ ଆବଶ୍ୟକୀୟ କ୍ବାରେଣ୍ଟାଇନ ବ୍ୟବସ୍ଥା ସମସ୍ତ ସୁବିଧା ପାଇଁ ଫ୍ରାଞ୍ଚାଇଜ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
![Chartered planes, hotel selection: IPL franchises begin preparations for UAE](https://etvbharatimages.akamaized.net/etvbharat/prod-images/bcci_1807newsroom_1595058689_124.jpg)
ଅନ୍ୟଜଣେ ପୂର୍ବତନ ଚମ୍ପିଆନ ଫ୍ରାଞ୍ଚାଇଜ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୟୁଏଇ ଗସ୍ତ ପୂର୍ବରୁ ଭାରତରେ ଜୈବ ସୁରକ୍ଷିତ ପରିବେଶରେ ଆଇସୋଲେସନରେ ରହିବାକୁ ବିଚାର କରାଯାଉଥିବା କହିଛନ୍ତି । ଏହାର କାରଣ ସମସ୍ତ ଖେଳାଳି ଘରେ ରହିଛନ୍ତି । ଯଦି ଜଣ ଖେଳାଳି ବିନା କୌଣସି ଲକ୍ଷଣରେ ଟିମରେ ସାମିଲ ହୁଅନ୍ତି, ଅନ୍ୟ ସଦସ୍ୟ ସଂକ୍ରମିତ ହେବାର ସମ୍ଭାବନା ରହିଛି । ପ୍ରତ୍ୟେକ ଟିମରେ 35ରୁ 40ଜଣ ସଦସ୍ୟ ୟୁଏଇ ଯାତ୍ରା କରିବାର ସମ୍ଭାବନା ରହିଛି ।
![Chartered planes, hotel selection: IPL franchises begin preparations for UAE](https://etvbharatimages.akamaized.net/etvbharat/prod-images/ipl-franchise_1807newsroom_1595064846_776.jpg)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ