କରାଚୀ: ପାକିସ୍ତାନର ନବନିଯୁକ୍ତ ସୀମିତ ଓଭର କ୍ରିକେଟ ଟିମର କ୍ୟାପଟେନ ବାବର ଆଜାମଙ୍କୁ ନେଇ କୋଚ ମିଶବାହ ଉଲ-ହକଙ୍କ ବଡ ବୟାନ । ମିଶବାହ କହିଛନ୍ତି, ଅଧିନାୟକ ପଦ ବାବର ଆଜମଙ୍କୁ ଅଧିକ ଦାୟିତ୍ବବାନ ବ୍ୟାଟ୍ସମ୍ୟାନ କରିପାରିଛି । ମିଶବାହ ଉଲ-ହକ ପାକିସ୍ତାନର ମୁଖ୍ୟ କୋଚ ସହ ମୁଖ୍ୟ ଚୟନକର୍ତ୍ତା ମଧ୍ୟ ରହିଛନ୍ତି ।
ଗତବର୍ଷ 25 ବର୍ଷିୟ ଯୁବ ବ୍ୟାଟ୍ସମ୍ୟାନ ବାବାର ଆଜାମଙ୍କୁ ପାକିସ୍ତାନ ଟି-20 ଟିମର ଅଧିନାୟକ ଦାୟିତ୍ବ ମିଳିଥିଲା । ଚଳିତ ବର୍ଷ ଦିନିକିଆ କ୍ୟାପଟେନ ପଦ ମଧ୍ୟ ମିଳିଛି ।
ବାବର ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ସହିତ ସଫଳ ନେତ୍ବତ୍ବ ନେବାରେ ମଧ୍ୟ ସଫଳ ହୋଇଛନ୍ତି । ଆଇସିସି ଟି-20 ମାନ୍ୟତାରେ ପାକିସ୍ତାନ ଶୀର୍ଷ ସ୍ଥାନରେ ମଧ୍ୟ ରହିସାରିଛି । ବାବର ଆଜମଙ୍କ ନେତୃତ୍ବରେ ଦିନିକିଆରେ ମଧ୍ୟ ପାକିସ୍ତାନ ପ୍ରଭାବି ପ୍ରଦର୍ଶନ କରିବା ନେଇ ଆଶାବାଦୀ ଅଛନ୍ତି କୋଚ ମିଶବାହ ଉଲ-ହକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ