ସାଉଥମ୍ପଟନ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଇଂଲଣ୍ଡର ବୋଲିଂ ବିଭାଗ ଦୁର୍ବଳ ନେଇ ପ୍ରତିକ୍ରିୟା ରଖିଛନ୍ତି ଜେମ୍ସ ଆଣ୍ଡରସନ । ବୋଲିଂରେ ଷ୍ଟୁଆର୍ଟ ବ୍ରଡଙ୍କ ଅନୁପସ୍ଥିତି ଅନୁଭୁତ ହେଉଥିବା ସେ କହିଛନ୍ତି ।
3ୟ ଦିନ ଖେଳ ଶେଷ ପରେ ଆଣ୍ଡରସନଙ୍କ ଏହି ବୟାନ ସାମ୍ନାକୁ ଆସିଛି । ପ୍ରଥମ ଇଂନିସରେ ୱେଷ୍ଟଇଣ୍ଡିଜ 114 ରନର ଅଗ୍ରଣୀ ସହ 318 ରନ କରିବାକୁ ସମର୍ଥ ହୋଇଥିଲା ।
ଆଣ୍ଡରସନ କହିଛନ୍ତି "ଦଳରୁ ବାଦ ପଡିବା ନେଇ ବ୍ରଡ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ଆମର ବୋଲିଂ ବିଭାଗର ଶକ୍ତିକୁ ପଦାରେ ପକାଇଛି ।" ଆଣ୍ଡରସନଙ୍କ ସହ ଜୋଫ୍ରା ଆର୍ଚର ଓ ମାର୍କ ଉଡଙ୍କୁ ଇଂଲଣ୍ଡ ପ୍ରଥମ ଟେଷ୍ଟ ପାଇଁ ଚୟନ କରିଥିଲା ।
ପ୍ରଥମ ଇଂନିସରେ ଆଣ୍ଡରସନ 3ଟି ୱିକେଟ ଓ ବେନ ଷ୍ଟୋକ୍ସ 4ଟି ୱିକେଟ ଅକ୍ତିଆର କରିଥିଲେ । ଇଣ୍ଡିଜ ପକ୍ଷରୁ ସର୍ବାଧିକ 65 ରନର ଇଂନିସ କ୍ରେଗ ବ୍ରାଥୱେଟ ଖେଳିଥିଲେ । ଶେଷ ଭାଗରେ ସେନ ଡାୱରିଚ 61 ରନର ଇଂୱିସ ଖେଳି ଟିମର ସ୍କୋର 300 ପାର କରାଇଥିଲେ । ମ୍ୟାଚରେ ଅନେକ ସମୟ ଧରି ଘରୋଇ ବୋଲର ପ୍ରଭାବଶୂନ୍ୟ ନଜର ଆସିଥିଲେ ।