ETV Bharat / sports

ବକ୍ସିଂ ଡେ ଟେଷ୍ଟ: ରାହାଣେଙ୍କ ରଣନୀତି ବୋଲିଂ ଭାଗିଦାରୀ - IND VS AUS

ସାମି ଓ ଇଶାନ୍ତଙ୍କ ଅନୁପସ୍ଥିତି ଅର୍ଥାତ 2018-19 ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବିଜୟୀ ଭାରତୀୟ ଟିମକୁ ବଡ ଝଟକା । ଉଭୟ ବୋଲର ବୁମରାଙ୍କ ସହ ମିଳିତ ଭାବେ 70 ଅଷ୍ଟ୍ରେଲିଆ ୱିକେଟରୁ 48 ୱିକେଟ ଦଖଲ କରିଥିଲେ । ଅଧିକ ପଢନ୍ତୁ...

Boxing Day Test: Bowling in partnerships is key, says Rahane
ବକ୍ସିଂ ଡେ ଟେଷ୍ଟ: ବୋଲିଂ ଭାଗିଦାରୀକୁ ରାହାଣେଙ୍କ ଗୁରୁତ୍ବ
author img

By

Published : Dec 25, 2020, 8:24 PM IST

ମେଲବୋର୍ଣ୍ଣ: ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟରେ ଟିମ ଇଣ୍ଡିଆର କ୍ୟାପଟେନ ଦାୟିତ୍ବ ସମ୍ଭାଳିବେ ଅଜିଙ୍କ୍ୟ ରାହାଣେ । ଅନ୍ୟପଟେ 2018-19 ଟେଷ୍ଟ ସିରିଜରେ ଭାରତର ବିଜୟରେ ପ୍ରମୁଖ ଭୁମିକା ନିଭାଇଥିବା 3 ପ୍ରମୁଖ ବୋଲରଙ୍କ ମଧ୍ୟରେ ଦୁଇଜଣ ମଧ୍ୟ ଟିମରେ ନାହାନ୍ତି ।

ଏପରି ସ୍ଥିତିରେ ବୋଲିଂ ଭାଗିଦାରୀ ଜରୁରୀ ବୋଲି କହିଛନ୍ତି ରାହାଣେ । ଏଥିସହ ଟିମ ବିରାଟ କୋହଲିଙ୍କ ଅନୁପସ୍ଥିତି ଅନୁଭବ କରିବ ବୋଲି କହିଛନ୍ତି ।

Boxing Day Test: Bowling in partnerships is key, says Rahane
ଭାରତୀୟ ଟିମ

ମେଲବୋର୍ଣ୍ଣରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଦ୍ବିତୀୟ ଟେଷ୍ଟରେ ଭାରତୀୟ ଟିମ 5 ଜଣ ବୋଲରଙ୍କ ସହ ପଡିଆକୁ ଓହ୍ଲାଇବ । ପ୍ରଥମେ ଆଇପିଏଲରେ ଆହତ ହେବାପରେ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡିଥିଲେ ଅଭିଜ୍ଞ ବୋଲର ଇଶାନ୍ତ ଶର୍ମା, ପରେ ପ୍ରଥମ ଟେଷ୍ଟରେ ଆହତ ହୋଇ ଅବଶିଷ୍ଟ ସିରିଜରୁ ବାଦ ପଡିଛନ୍ତି ମହମ୍ମଦ ସାମି ।

ସାମି ଓ ଇଶାନ୍ତଙ୍କ ଅନୁପସ୍ଥିତି ଅର୍ଥାତ 2018-19 ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବିଜୟୀ ଭାରତୀୟ ଟିମକୁ ବଡ ଝଟକା । ଉଭୟ ବୋଲର ଜଶପ୍ରୀତ ବୁମରାଙ୍କ ସହ ମିଳିତ ଭାବେ 70 ଅଷ୍ଟ୍ରେଲିଆ ୱିକେଟରୁ 48 ୱିକେଟ ଦଖଲ କରିଥିଲେ । 86 ରନ ବ୍ୟୟରେ 9ଟି ୱିକେଟ ହାସଲ କରି ବୁମରା 2018ରେ ଏମସିଜି ଟେଷ୍ଟରେ ମ୍ୟାନ ଅଫ ଦ ମ୍ୟାଚ ରହିଥିଲେ ।

ତେବେ ଦ୍ବିତୀୟ ଟେଷ୍ଟରେ ବୁମରାଙ୍କ ସହ ଉମେଶ ଯାଦବ ଓ ମହମ୍ମଦ ସିରାଜ ଦ୍ରୁତ ବୋଲିଂ ବିଭାଗ ସମ୍ଭାଳିବେ । ଅନ୍ୟପଟେ ଦୁଇ ଅଭିଜ୍ଞ ଯୋଡି ଅଶ୍ବିନ ଓ ଜାଡେଜାଙ୍କ ଉପରେ ମଧ୍ୟ ପ୍ରଦର୍ଶନ ନିର୍ଭର କରିବ ।

ଅଜିଙ୍କ୍ୟ ରାହାଣେ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.