ETV Bharat / sports

ବକ୍ସିଂ ଡେ ଟେଷ୍ଟ: ନ୍ୟୁଜିଲାଣ୍ଡକୁ ହରାଇ ସିରିଜ ଜିତିଲା ଅଷ୍ଟ୍ରେଲିଆ - Australia beat New Zealand

ବକ୍ସିଂ ଡେ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ 247 ରନର ବଡ ବ୍ୟବଧାନରେ ହରାଇଛି ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ...

Boxing Day Test
ଜିତିଲା ଅଷ୍ଟ୍ରେଲିଆ
author img

By

Published : Dec 30, 2019, 7:23 AM IST

ମେଲବୋର୍ଣ୍ଣ: ବକ୍ସିଂ ଡେ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ 247 ରନର ବଡ ବ୍ୟବଧାନରେ ହରାଇଛି ଅଷ୍ଟ୍ରେଲିଆ । ନ୍ୟୁଜିଲାଣ୍ଡ ସାମ୍ନାରେ ଟିମ ପେଇନଙ୍କ ଟିମ 488 ରନର କଷ୍ଟକର ବିଜୟ ଲକ୍ଷ୍ୟ ରଖିଥିଲା । ତେବେ ମାତ୍ର 240 ରନରେ ସମସ୍ତ ୱିକେଟ ହରାଇଥିଲା ନ୍ୟୁଜିଲାଣ୍ଡ । ଫଳରେ ସିରିଜ କବ୍ଜା କରିଛି ଅଷ୍ଟ୍ରେଲିଆ ।

Boxing Day Test
ଅଷ୍ଟ୍ରେଲିଆ ବିଜୟୀ

ପ୍ରଥମ ଇଂନିସରେ ଦମଦାର 114 ରନର ଶତକୀୟ ପାଳିଖେଳିଥିବାରୁ ଟ୍ରାଭିସ ହେଡଙ୍କୁ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି । ପୂର୍ବରୁ ପ୍ରଥମ ଇଂନିସରେ ଅଷ୍ଟ୍ରେଲିଆ 467 ରନ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ମାତ୍ର 148 ରନରେ ଅଲଆଉଟ ହୋଇଥିଲା । 2ୟ ଇଂନିସରେ ଅଷ୍ଟ୍ରେଲିଆ 168 ରନ ସହ ପାଳି ଘୋଷଣା କରିଥିଲା । ଫଳରେ ନ୍ୟୁଜିଲାଣ୍ଡ ସାମ୍ନାରେ 488 ରନର ବିଜୟ ଲକ୍ଷ୍ୟ ରହିଥିଲା ।

Boxing Day Test
ଅଷ୍ଟ୍ରେଲିଆ ବିଜୟୀ

ନ୍ୟୁଜିଲାଣ୍ଡ ପକ୍ଷରୁ ଟମ ବ୍ଳଣ୍ଡେଲ 121ରନର ଶତକୀୟ ଇଂନିସ ଖେଳିଥିଲେ । ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ 2ୟ ଇଂନିସରେ ସ୍ପିନର ନାଥନ ଲାୟନ ସର୍ବାଧିକ 4ଟି ୱିକେଟ ଅକ୍ତିଆର କରିଥିଲେ । ଜେମ୍ସ ପାଟିନସନ 3ଟି ଓ ଲବୁସାନ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.