ଅକଲାଣ୍ଡ: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଟିମ । ଉଭୟ ଦେଶ ମଧ୍ୟରେ 5ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଚାଲିଛି । ତେବେ ଅତିଥିଦଳ ଭାରତ ପ୍ରଥମ ମ୍ୟାଚରେ ସାନଦାର୍ ପ୍ରଦର୍ଶନ କରି 1-0ରେ ଅଗ୍ରଣୀ ରହିଛି । ପ୍ରଥମ ମ୍ୟାଚ ଇଡେନ ପାର୍କରେ ହୋଇଥିଲା । ଏବେ 2ୟ ମ୍ୟାଚ ବି ସେହି ଇଡେନ ପାର୍କରେ ଖେଳାଯିବ । ଭାରତ ବିଜୟଧାରା ବଜାୟ ରଖିବାକୁ ଚାହୁଁଥିବାବେଳେ ଆୟଜକ ଟିମ ନ୍ୟୁଜିଲାଣ୍ଡ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ ।
ଆୟୋଜକ ଦଳର ଅଧିନାୟକ କେନ ଓ୍ବିଲିୟମସନ ପ୍ରଥମ ମ୍ୟାଚର ପରାଜୟ ପରେ କହିଥିଲେ ଯେ, ଟିମ୍କୁ 3ଟି ବିଭାଗରେ ସୁଧାର ଆଣିବାକୁ ପଡିବ । ପ୍ରଥମ ମ୍ୟାଚରେ କ୍ବିଓ୍ବି ଟିମର ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିଲେ । ନିର୍ଦ୍ଧାରିତ ଓଭରରେ 203ରନ୍ କରିଥିଲେ । କିନ୍ତୁ କ୍ବିଓ୍ବି ଦଳର ବୋଲରଙ୍କ ଯାଦୁ ଦେଖିବାକୁ ମିଳି ନଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ଓ ବିରାଟଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ହୋଇଥିଲା । ଏହାପରେ ଶ୍ରେୟସଙ୍କ ଦମ୍ଦାର ପ୍ରଦର୍ଶନ ବଳରେ 19 ଓଭରରେ ହିଁ ଟିମ୍ ଇଣ୍ଡିଆ ବିଜୟ ହାସଲ କରିବାରେ ସକ୍ଷମ ହୋଇଥିଲା ।
ତେବେ ଦେଖିବାକୁ ଗଲେ ଇଡେନ ପାର୍କ ଗ୍ରାଉଣ୍ଡରେ ବାଉଣ୍ଡ୍ରି ଛୋଟ ଥିବାରୁ ପୁଣି ଆଜି 2ୟ ମ୍ୟାଚରେ ବଡ ସ୍କୋର ହୋଇପାରେ । ତେବେ ବୋଲରଙ୍କ ପାଇଁ ଚ୍ୟାଲେଞ୍ଜ ହେବ , ସେମାନେ କିପରି ରନ୍ ବଞ୍ଚେଇବେ । ଆହୁରି ମଧ୍ୟ 2ୟ ପାଳିରେ କାକାର ଯୋଗୁଁ ବୋଲରଙ୍କୁ ସମସ୍ୟା ଉପୁଜିପାରେ । ଉଭୟ ଦଳର ବୋଲର ଏହି ପ୍ରତି ଧ୍ୟାନ ଦେବେ ।
କ୍ବିଓ୍ବି ଟିମର ଅନୁଭବୀ ବୋଲରଙ୍କ ମଧ୍ୟରେ ଟିମ ସାଉଦିଙ୍କ ନାଁ ରହିଛି । ତେବେ ସାଉଦିଙ୍କୁ ଛାଡି ଦେଲେ ବେନେଟ, ଟିକନେର ରହିଛନ୍ତି । ସ୍ପିନରେ ମିଚେଲ ଓ ଇଶ ସୋଢି ରହିଛନ୍ତି । ସମସ୍ତେ ପ୍ରଥମ ମ୍ୟାଚରେ ଏତୋଟା ଆଖି ଦୃଷ୍ଟିଆ ପ୍ରଦର୍ଶନ କରିଥିଲେ । ତେବେ ଦେଖିବାକୁ ରହିଲା ଅଧିନାୟକ କେନ ସେହି ବୋଲରଙ୍କ ସହ ଗ୍ରାଉଣ୍ଡକୁ ଓହ୍ଲାଇବେ ନା ପରିବର୍ତ୍ତନ କରିବେ ଟିମରେ ।
ସେହିପରି ଭାରତୀୟ ବୋଲରଙ୍କୁ ଦେଖିବାକୁ ଗଲେ , ପ୍ରଥମ ମ୍ୟାଚରେ ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସାମିଙ୍କ ଅତିରିକ୍ତ ରନ୍ ଦେଇଥିଲେ । ଠାକୁର 3 ଓଭରରେ 44ରନ୍ ଦେଇଥିବାବେଳେ ସାମି 4 ଓଭରରେ 53ରନ ଦେଇଥିଲେ । ଶାର୍ଦ୍ଦୁଳଙ୍କ ହାତରେ ଗୋଟିଏ ଓ୍ବିକେଟ ଲାଗିଥିଲା । କିନ୍ତୁ ସାମିଙ୍କ ହାତ ଖାଲି ରହିଥିଲା । ତେବେ ଅଧିନାୟକ କୋହଲି ଟିମରେ ପରିବର୍ତ୍ତନ କରି ପାରନ୍ତି । ଆଜିର ମ୍ୟାଚରେ ନବଦୀପ ସାଇନିଙ୍କୁ ସୁଯୋଗ ମିଳିପାରେ । ଆଉ ବ୍ୟାଟ୍ସମ୍ୟାନଙ୍କ କ୍ରମରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା କମ୍ ରହିଛି ।
ନ୍ୟୁଜିଲାଣ୍ଡ ଚୂଡାନ୍ତ ଏକାଦଶ: କଲିନ ମନ୍ରୋ, କେନ ୱିଲିୟମସନ(କ୍ୟାପଟେନ), ମାର୍ଟିନ ଗୁପ୍ଟିଲ, ରସ ଟେଲର, ଟମ ବ୍ରୁସ, କଲିନ ଡି ଗ୍ରାଣ୍ଡହୋମ, ମିଚେଲ ସାଣ୍ଟନର, ଟିମ ସୈଫର୍ଟ(ୱିକେଟ କିପର), ବ୍ଳେଆର ଟିକନର, ହାମିସ ବେନଟ, ଇସ ଶୋଧି, ଟିମ ସାଉଦୀ।
ଭାରତୀୟ ଚୂଡାନ୍ତ ଏକାଦଶ: କେ ଏଲ ରାହୁଲ(ୱିକେଟ କିପର), ମନିଷ ପାଣ୍ଡେ, ରୋହିତ ଶର୍ମା, ଶ୍ରେୟସ ଆୟର, ବିରାଟ କୋହଲି(କ୍ୟାପଟେନ), ରବିନ୍ଦ୍ର ଜାଡେଜା, ଶିବମ ଦୁବେ, ଜଶପ୍ରୀତ ବୁମରା, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର, ୟୁଜଭେନ୍ଦ୍ର ଚହଲ।